Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧ ଜୁଲାଇରୁ ଆରମ୍ଭ ହେବ ଅମରନାଥ ଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧ ଜୁଲାଇରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ମୁମ୍ବାଇ ୩୧ ।୦୫: ଅମରନାଥ ଧାମ ହିନ୍ଦୁମାନଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥାନ ଅଟେ । ଅମରନାଥରେ ପବିତ୍ର ଶିବ ଲିଙ୍ଗ ବାବାଙ୍କୁ ଦର୍ଶନ କରିବା ଦ୍ୱାରା ମନସ୍କକାମନା ପୂରଣ ହାଇଥାଏ । ଏଥିପାଇଁ ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଗୁମ୍ଫାରେ ଅବସ୍ଥିତ ବାବାଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି । ହେଲେ ଅମରନାଥ ଯାତ୍ରା ଆରମ୍ଭ ପାଇଁ ଆଉ ଏକ ମାସ ବାକି ଅଛି । ହେଲେ ଏଥିପାଇଁ ଜୋରସଦାର ପ୍ରସ୍ତୁତି ଚାଲିଛି । ଏଭଳି ପରିସ୍ଥôତିରେ ପବିତ୍ର ଅମରନାଥ ଗୁମ୍ଫାରୁ ଶିବଲିଙ୍ଗଙ୍କ ଫଟା ପ୍ରକାଶ ପାଇଛି । ଏହି ଫଟା ଗୁଡ଼ିକରେ ଗୁମ୍ଫାରେ ଥିବା ପ୍ରାକୃତିକ ହିମଲିଙ୍ଗ ପୂର୍ଣ୍ଣ ଆକାରରେ ପରିଣତ ହୋଇଛି । ସାମ୍ନାକୁ ଆସିଥିବା ଫଟା ଗୁଡ଼ିକରେ ପବିତ୍ର ଶିବଲିଙ୍ଗଙ୍କ ସହିତ ହିମାସ୍ତିମ୍ୱା, ମାତା ପାର୍ବତୀ ଏବଂ ଗଣେଶଙ୍କ ପ୍ରତୀକ ମଧ୍ୟ ପୂର୍ଣ୍ଣ ଆକାରରେ ଦେଖିବାକୁ ମିଳେ । ଅମରନାଥ ଯାତ୍ରା ପାଇଁ ମାର୍ଗ ପ୍ରସ୍ତୁତ କରିବାର କାର୍ଯ୍ୟ ମଧ୍ୟ ଜାରସାରରେ ଚାଲିଛି । ଶ୍ରଦ୍ଧାଳୁ ବାର୍ଡର ଅଧିକାରୀ ଏବଂ ସୁରକ୍ଷା ବାହିନୀ ଗୁମ୍ଫାରେ ପହଞ୍ଚି ବ୍ୟବସ୍ଥା କରିଛନ୍ତି । ଯାତ୍ରୀ ମାର୍ଗରେ ବରଫକୁ ହଟାଇବା ପାଇଁ ପ୍ରାୟ ସଂପୂର୍ଣ୍ଣ କାମ ପୁରା ହାଇଛି । ଅମରନାଥ ଯାତ୍ରା ଆରମ୍ଭ ହେବାକୁ ମାସେ ବାକି ଥିବାବେଳେ ଅଧିକାରୀ ଏବଂ ସୁରକ୍ଷା ଅଧିକାରୀମାନେ ଗୁମ୍ଫାରେ ପହଞ୍ଚିଛନ୍ତି । ତଥାପି ରାସ୍ତାରେ ଦଶରୁ କାଡ଼ିଏ ଫୁଟ ବରଫ ଜମା ହାଇଛି । ଏହି ବର୍ଷର ଅମରନାଥଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇ ଅଗଷ୍ଟ ୨୯ରେ, ରାଧା ବୃନ୍ଦାବନ ଦିନ ଶେଷ ହେବ । ଏଥିପାଇଁ ସରକାର ୧୦ ଏପ୍ରିଲରେ ଅମରନାଥ ଯାତ୍ରାର କାର୍ଯ୍ୟସୂଚୀ ଘୋଷଣା କରିଥିଲେ । ଏହି ଯାତ୍ରା ୬୨ ଦିନ ପର୍ଯ୍ୟନ୍ତ ଚାଲିବ । ଯାତ୍ରା ପାଇଁ ପଞ୍ଜୀକରଣ ୧୭ ଏପ୍ରିଲରୁ ଅଫଲାଇନ ଏବଂ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେବ ।

Leave a Reply