Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମଣିପୁର ଦଙ୍ଗାକାରୀଙ୍କୁ ଶାହାଙ୍କ ଚେତାବନୀ ଅସ୍ତ୍ର ଛାଡ଼, ଆତ୍ମସମର୍ପଣ କର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମଣିପୁର ଦଙ୍ଗାକାରୀଙ୍କୁ ଶାହାଙ୍କ ଚେତାବନୀ ଅସ୍ତ୍ର ଛାଡ଼, ଆତ୍ମସମର୍ପଣ କର

ନୂଆଦିଲ୍ଲୀ: ହିଂସା ପର ଠାରୁ ମଣିପୁରରେ ଗତ ଏକ ମାସ ଧରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗିରହିଛି । ଏବେ ବି ରାଜ୍ୟର ୧୧ ଜିଲ୍ଲାରେ କର୍ଫୁ୍ୟ ବଳବତ୍ତର ରହିଛି । ଏହାରି ମଧ୍ୟରେ ନିଜେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଚାରି ଦିନିଆ ଗସ୍ତରେ ମଣିପୁର ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି । ତେବେ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ହିଂସାର କାରଣ ବିଷୟରେ କହିଛନ୍ତି । ସେ କହିଛନ୍ତି ଏକ ଭୁଲ ବୁଝାମଣା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅମିତ ଶାହ ହିଂସାକୁ ରୋକିବା ପାଇଁ, ହିଂସାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏ ନେଇ ଅମିତ ଶାହ ଆହୁରି ଅନେକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ରାଜ୍ୟରେ ହିଂସା ଘଟଣାର ଯାଞ୍ଚ ପାଇଁ ଏକ ନ୍ୟାୟିକ ଆୟୋଗ ଗଠନ କରାଯିବ, ଯାହାର ନେତୃତ୍ୱ ହାଇକୋର୍ଟ କରିବେ । ଏହା ବ୍ୟତୀତ ସିବିଆଇ ଯାଞ୍ଚ କରାଯିବ । ଶାହ କହିଛନ୍ତି, ‘କାଲିଠାରୁ ରାଜ୍ୟରେ ସୁରକ୍ଷା ବଳ ସର୍ଚ୍ଚ ଅପରେସନ ଚଳାଇବେ । ଏହି ସମୟରେ ଯଦି କାହା ପାଖରେ ହତିଆର ମିଳିଲା ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ ଆହୁରି କହିଛନ୍ତି ଯାହା ପାଖରେ ହତିଆର ରହିଛି ତେବେ ଏବେ ସମର୍ପଣ କରିନିଅନ୍ତୁ । ଯଦି ଏହା ପରେ ମିଳିଲା ତେବେ କଡ଼ା ଆକ୍ସନ ନିଆଯିବ ।’ ସେପଟେ ରାଜ୍ୟରେ ଡିଜିପି ପୀ.ଡୋଙ୍ଗେଲଙ୍କୁ ବଦଳି କରାଯାଇଛି ଏବଂ ତାଙ୍କ ସ୍ଥାନରେ ରାଜୀବ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ସୂଚନାଥାଉକି, ମେ’ ୩ରୁ ଲାଗିରହିଥିବା ମଣିପୁର ହିଂସାରେ ଏପର୍ଯ୍ୟନ୍ତ ୮୦ ଲୋକଙ୍କ ଜୀବନ ଗଲାଣି । ୩୦୦ ଲୋକ ଆହତ ହୋଇଛନ୍ତି । ୩୫ ହଜାର ନାଗରିକ ପଡ଼ୋଶୀ ରାଜ୍ୟ ମିଜେରାମ, ଆସମର ଶରଣ ନେଇଛନ୍ତି । ଉଭୟ କୂକୀ ଏବଂ ମୈତେଇ ସମ୍ପ୍ରଦାୟର ଲୋକଙ୍କୁ ଘର ଛାଡ଼ିବାକୁ ପଡ଼ିଛି । ଗୁରୁବାର ଅମିତ ଶାହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଏବଂ ଜଣକୁ ଚାକିରି ଦେବା ନେଇ ଘୋଷଣା କରିଛନ୍ତି । ଏହି ସହାୟତାରେ ୫ଲକ୍ଷ କେନ୍ଦ୍ର ସରକାର ଦେବେ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସହାୟତା ଦିଆଯିବ । ପ୍ରକୃତରେ ମଣିପୁର ହାଇକୋର୍ଟ ଏକ ନିଷ୍ପତ୍ତି ଶୁଣାଣିଥିଲେ । ଯେଉଁଥିରେ ମୈତେଇ ସମୁଦାୟର ଲୋକଙ୍କୁ ଏସଟି ମାନ୍ୟତା ଉପରେ ବିଚାର କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା । ଏହା ପରେ ରାଜ୍ୟରେ କୁକୀ ସମୁଦାୟ ବିରୋଧ କରିଥିଲେ । ପରେ ସେମାନେ ମେ’ ୩ରେ ଏକ ପ୍ରଦର୍ଶନ ସମୟରେ ରାଜ୍ୟରେ ସ୍ଥିତି ଖରାପ ହୋଇଥିଲା ଆଉ ସେବେ ଠାରୁ ଏପର୍ଯ୍ୟନ୍ତ ସ୍ଥିତି ସୁଧୁରିନାହିଁ ।

Leave a Reply