ବାଲେଶ୍ୱର ରେ ପ୍ରମୁଖ ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମ

ରାଷ୍ଟ୍ରୀୟ ସ୍ୱୟଂସେବକ  ଶତାବ୍ଦୀ ବର୍ଷ ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ସଂଘ ଯୋଜନାରେ ସାତୋଟି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିବାବେଳେ ଷଷ୍ଠ କାର୍ଯ୍ୟକ୍ରମ ସ୍ୱରୂପ ପ୍ରମୁଖ ନାଗରିକ ସଂଗୋଷ୍ଠୀ ବାଲେଶ୍ୱର କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ଅଖିଳ ଭାରତୀୟ ସେବା ପ୍ରମୁଖ ଶ୍ରୀମାନ ପରାଗ ଅଭୟଙ୍କର ଜି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସଂଘ ଶତାବ୍ଦୀର ଯାତ୍ରା ଏକ ନବଦିଗନ୍ତ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମାନନୀୟ ଜିଲ୍ଲା ସଙ୍ଘଚାଳକ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ଦାଶମହାପାତ୍ର ମଞ୍ଚାସିନ ଥିବାବେଳେ ସହସଂଯୋଜକ ନରେନ୍ଦ୍ର ମହାନ୍ତି ଏହାକୁ ପରିଚାଳନା କରିଥିଲେ। ବାଲେଶ୍ୱର, ବାଲେଶ୍ୱର ସଦର, ନୀଳଗିରି ଓ ରେମୁଣାରୁ ୨୫୦ରୁ ଉର୍ଦ୍ଧ ପ୍ରମୁଖ ନାଗରିକ ଏଥିରେ ଯୋଗଦାନ କରିଥିଲେ।

Leave a Reply