Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଲପତ୍ର କାର୍ହିିଁକି ଚଢାଯାଏ? - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଲପତ୍ର କାର୍ହିିଁକି ଚଢାଯାଏ?

୍ଟ ବେଲପତ୍ର ଚଢାଇବା ଦ୍ୱାରା ଶିବଙ୍କର ମସ୍ତକ ଥଣ୍ଡା ରୁହେ । କିନ୍ତୁ ସବୁବେଳେ ଧ୍ୟାନ ରଖିବାକୁ ହେବଯେ ଏହା ତିନିପତ୍ର ଯୁକ୍ତ ହୋଇଥିବା ଉଚିତ ଓ ଏହା କୌଣସି ଜାଗାରେ ଚିରା ଫଟା ହୋଇନଥିବା ଦରକାର । ଯାହାଙ୍କର ବାଡ଼ିରେ ବେଲଗଛ ରହିଛି, ସେଠାରେ ଭଗବାନ ଶିବଙ୍କର କୃପା ସବୁବେଳେ ୍ଟ ରହିଥାଏ । ସବୁବେଳେ ମନେ ରଖନ୍ତୁଯେ ବେଲଗଛ ଘରର ଉତ୍ତର ପଶ୍ଚିମ ଦିଗରେ ଲଗାଇଲେ ଯଶ କୀର୍ତ୍ତି ଲାଭ ହୁଏ । ଉତ୍ତର ଦକ୍ଷିଣ ଦିଗରେ ରହିଲେବି ସୁଖ ଶାନ୍ତି , ଧନ ସଂପଦ ଆସିଥାଏ । ହିନ୍ଦୁଧର୍ମରେ ମାନ୍ୟତା ରହିଛିଯେ ଭଗାବନ ଶିବଙ୍କୁ ବେଲପତ୍ର ବହୁତ ପସନ୍ଦ । ଏହି କାରଣରୁ ଶିବପୂଜାରେ ବେଲପତ୍ରକୁ ଉପଯୋଗ କରାଯାଇଥାଏ । ମାନ୍ୟତା ରହିଛିଯେ ବେଲପତ୍ରରେ ପୂଜା କରିବା ଦ୍ୱାରା ଭଗବାନ ଶିବ ବହୁତ ଜଲ୍‌ଦି ପ୍ରସନ୍ନ ହୁଅନ୍ତି । ବେଲପତ୍ର ଚଢାଉଥିବା ଭକ୍ତଙ୍କୁ ଭଗବାନ ଶିବ ମନପସନ୍ଦର ବର ଦାନ କରନ୍ତି । ମାତ୍ର ବେଲପତ୍ର ତୋଳୁଥିଲେ କିଛି କଥାକୁ ଧ୍ୟାନରେ ରଖିବାକୁ ହେବ । ଶାସ୍ତ୍ର ଅନୁସାରେ ସୋମବାର, ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତି ଦିନ ବେଲପତ୍ର ତୋଳନ୍ତୁ ନାହିଁ । ଭଲ ହେବ ଯଦି ଆପଣ ପୂର୍ବ ଦିନରୁ ତୋଳି ରଖିବେ । ଶାସ୍ତ୍ରରେ ବିଧାନ ରହିଛିଯେ ଗୋଟିଏ ବେଲପତ୍ରକୁ ଅନେକ ଥର ଧୋଇ ଶିବଙ୍କ ଉପରେ ଚଢାଯାଇପାରେ

Leave a Reply