ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହୋଲିରେ ଘଟିଥିବା ହତ୍ୟାକାଣ୍ଡର ମୃତକ ହିନ୍ଦୁ ଯୁବକଙ୍କ ପରିବାର। ସୋମବାର ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ ମୃତକ ତରୁଣଙ୍କ ପରିବାର।
ସୂଚନା ଅନୁସାରେ ଦିଲ୍ଲୀର ଉତ୍ତମ ନଗରରେ ଜଣେ ମହିଳାଙ୍କ ଉପରେ ୧୧ବର୍ଷର କୁନି ଝିଅଟି ପାଣି ବେଲୁନ ପକାଇଦେବାରୁ କୁନି ଝିଅର ୨୬ ବର୍ଷୀୟ ଭାଇ ତରୁଣକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି କିଛି ଯୁବକ। କୁନି ଝିଅ ଭୁଲରେ ରାସ୍ତାରେ ପାଣି ବେଲୁନ୍ ପକାଇଥିଲେ। ସେହି ସମୟରେ ସେମାନଙ୍କ ପଡ଼ୋଶୀରେ ରହୁଥିବା ଜଣେ ମହିଳା ସେହି ବାଟ ଦେଇ ଯାଉଥିଲେ। ତାଙ୍କ ଉପରେ ହୋଲି ପଡିଯିବାରୁ ସେଥିରେ ସେ କ୍ରୋଧିତ ହୋଇଗଲେ ଏବଂ ଯୁକ୍ତିତର୍କ ଆରମ୍ଭ ହେଲା। କୁନିଝିଅଟିର ପରିବାରରେ ଥିବା ଅନ୍ୟ ମହିଳାମାନେ ତୁରନ୍ତ ମହିଳା ଜଣଙ୍କୁ କ୍ଷମା ମାଗିଥିଲେ ଏବଂ ଘଟଣାଟି ସେଠାରେ ଶେଷ ହୋଇଗଲା। କିନ୍ତୁ ଏତିକିରେ ଶାନ୍ତ ବସିନଥିଲେ ଉକ୍ତ ମହିଳାଙ୍କ ପରିବାର। ରାତି ପ୍ରାୟ ୧୧ଟାରେ ଯେତେବେଳେ କୁନୀ ଝିଅଟିର ୨୬ବର୍ଷୀୟ ଭାଇ ତରୁଣ ତାଙ୍କ ବନ୍ଧୁମାନଙ୍କ ସହିତ ହୋଲି ଖେଳି ଘରକୁ ଫେରୁଥିଲେ ସେହି ସମୟରେ ଉକ୍ତ ମହିଳାଙ୍କ ସମ୍ପର୍କୀୟ ଓ ତାଙ୍କର କିଛି ବନ୍ଧୁ ଉମରଦୀନ(୪୯), ଜୁମ୍ମାଦୀନ(୩୬), କମରୁଦ୍ଦିନ(୩୬), ମୁସ୍ତାକ(୪୬), ମୁଜ୍ଜଫର(୨୫), ତାହିର(୧୮) ଏବଂ ଇମ୍ରାନ(୩୮) ତରୁଣଙ୍କ ଉପରେ ଆକ୍ରମଣ କରିଥିଲେ। ଏତେ ନିର୍ମମ ଭାବେ ତରୁଣଙ୍କୁ ଜହ୍ଲାଦ ମାନେ ମାରିଥିଲେ ଯେ, ଚିକିତ୍ସା ସମୟରେ ତରୁଣଙ୍କ ମୃତ୍ୟୁ ହୋଇଛି। ଗତକାଲି ମୁଖ୍ୟ ଅପରାଧି ରହୁଥିବା ବେଆଇନ ଘରେ ବୁଲଡୋଜର ଚଢାଇ ମାଟିରେ ମିଶାଇଛନ୍ତି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ।
ଆଜି ତରୁଣଙ୍କ ପରିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ସଚ୍ଚିବାଳୟରେ ଭେଟିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଟ୍ୱିଟ୍ କରି ଦୁଃଖ ଜଣାଇଛନ୍ତି। ସେ କହିଛନ୍ତି ତରୁଣଙ୍କ ପରିବାରର ଦୁଃଖ ଅତ୍ୟନ୍ତ ଗଭୀର ଏବଂ ଅସହ୍ୟରେ ଅଛନ୍ତି। ସେମାନଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା। ଏହି ଜଘନ୍ୟ ଅପରାଧରେ ସମ୍ପୃକ୍ତ ସମସ୍ତଙ୍କ ବିରୁଦ୍ଧରେ କଠୋର ଏବଂ ତ୍ୱରିତ ଆଇନଗତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି।