Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ଜେଲ୍ରୁ ମୁକୁଳିବେ ୨୦୦ ଭାରତୀୟ ମତ୍ସ୍ୟଜୀବୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ଜେଲ୍ରୁ ମୁକୁଳିବେ ୨୦୦ ଭାରତୀୟ ମତ୍ସ୍ୟଜୀବୀ

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍ରୁ ମୁକୁଳିବେ ୨୦୦ ଭାରତୀୟ ମତ୍ସ୍ୟଜୀବୀ । ପାକିସ୍ତାନ ଜଳସୀମାରେ ବେଆଇନ ମାଛ ମାରିବା ଅଭିଯୋଗରେ ଏହି ମତ୍ସ୍ୟଜୀବୀମାନଙ୍କୁ ଗିରଫ କରିଥିଲା ପାକିସ୍ତାନ । କରାଚି ଡିଷ୍ଟ୍ରିକ୍ଟ ଜେଲ୍ ମାଲିରରୁ ଏହି ମତ୍ସ୍ୟଜୀବୀମାନଙ୍କୁ ଛଡ଼ାଯିବ ବୋଲି ସୂଚନା ମିଳିଛି । ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ଜେଲ୍ରୁ ମୁକୁଳିବାରେ ଏହା ଦ୍ୱିତୀୟ ପର୍ଯ୍ୟାୟ ହେବ । ୱାଘା ବର୍ଡରରେ ମତ୍ସ୍ୟଜୀବୀମାନଙ୍କୁ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତରଣ କରିବ ପାକିସ୍ତାନ । ଏହା ପୂର୍ବରୁ ମେ ୧୨ ତାରିଖରେ ୧୯୮ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମାଲିର ଜେଲ୍ରୁ ମୁକୁଳାଇ ଭାରତୀୟ ଅଧିକାରୀଙ୍କୁ ଫେରାଇଥିଲା ପାକିସ୍ତାନ । ପ୍ରଥମ ପର୍ଯ୍ୟାୟରେ ପାକିସ୍ତାନ ୨୦୦ ଜଣଙ୍କୁ ଫେରାଇବାକୁ ଚେଷ୍ଟା କରିଥିଲା । ହେଲେ ଜେଲ୍ରୁ ମୁକୁଳିବା ପୂର୍ବ ଦିନ ହିଁ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ମେ ୬ ତାରିଖରେ ଜୁଲଫିକର ଓ ମେ ୯ ତାରିଖରେ ସୋମା ଦେବାଙ୍କର ପାକିସ୍ତାନ ଜେଲ୍ରେ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । ଜୁଲାଇ ୩ ତାରିଖରେ ତୃତୀୟ ପର୍ଯ୍ୟାୟରେ ୧୦୦ ମତ୍ସ୍ୟଜୀବୀଙ୍କୁ ଭାରତକୁ ଛଡ଼ାଯିବ ବୋଲି ସୂଚନା ମିଳିଛି । ସଂପୃକ୍ତ ଖବର ଆସିବା ପରେ ମତ୍ସ୍ୟଜୀବୀଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave a Reply