ଅପରେସନ ସାଇବର କବଚରେ ୩୨ ହଜାରରୁ ଅଧିକ ଆକାଉଣ୍ଟ ଯାଞ୍ଚ, ୩୩୧ ଗିରଫ

କଟକ : ରାଜ୍ୟରେ ବଢ଼ିଚାଲିଥିବା ସାଇବର ଅପରାଧ ଉପରେ ଲଗାମ୍ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ମେଗା ଡ୍ରାଇଭ୍ ‘ଅପରେସନ ସାଇବର କବଚ’ ବର୍ତ୍ତମାନ ତୀବ୍ରତର ହୋଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (DGP) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଏବଂ ସାଇବର ଠକଙ୍କ ନେଟୱର୍କ ଉପରେ ଚଢ଼ାଉ ଜାରି ରହିଛି।

ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୩୨,୯୩୨ଟି ମ୍ୟୁଲ୍/ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ଏହାସହ ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ୧୦୯୬ଟି ସାଇବର ମାମଲା, ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୩୪ଟି ମାମଲା, ଚେକ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୩୬ଟି ମାମଲା ଏବଂ ନକଲି ସିମ୍/PoS ସମ୍ପର୍କିତ ୨୩ଟି ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ ୩୩୧ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୧୮୫ଟି ପୁରୁଣା ଏଫ୍‌.ଆଇ.ଆର୍‌ ସହ ସଂପୃକ୍ତ ୬୭୨୩ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ/ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।

Leave a Reply