Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତ

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ହାର ଅ ।ଜି ପ୍ରକାଶ ପାଇଛି । ୨୦୨୨-୨୩ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିଛି । ୨୦୨୧-୨୨ରେ ଏହି ଆକଳନ ୯.୧ ପ୍ରତିଶତ ରହିଥିଲା । କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଅ ।ଜି ଏ ସଂକ୍ରାନ୍ତରେ ତଥ୍ୟ ପ୍ରକାଶ କରିଛି । ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ମଧ୍ୟ ଆରବିଆଇ କରିଥିବା ଅ ।କଳନକୁ ଏହା ମାତ ଦେଇଥିବା ସରକାର କହିଛନ୍ତି । ଆରବିଆଇ ଅ ।କଳନ କରିଥିଲା ଯେ ୨୦୨୨- ୨୩ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭% ରହିବ । ତେବେ ଯଦି ଏହି ଅ ।କଳନକୁ ଜିଡିପି ଅଭିବୃଦ୍ଧି ଅତିକ୍ରମ କରିଯିବ, ତାହେଲେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ । ଏବେ ସତକୁ ସତ ଦେଶର ଅଭିବୃଦ୍ଧି ୭.୨% ରହିଛି । ଏହି ଅଭିବୃଦ୍ଧି ସହ ଭାରତୀୟ ଅର୍ଥନୀତି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି । ଏହା ପୂର୍ବରୁ ବିଶ୍ୱର ପ୍ରମୁଖ ରେଟିଂ ସଂସ୍ଥାମାନେ ପୂର୍ବାନୁମାନ କରିଥିଲେ ଯେ ୨୦୨୨-୨୩ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୭ ପ୍ରତିଶତ ତଳକୁ ଖସିବ । ଏପରିକି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ବି ଭାରତର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିବ ବୋଲି କହିଥିଲା । କିନ୍ତୁ ୭.୨ ପ୍ରତିଶତ ଅଭିବୃଦ୍ଧି ସହ ଭାରତ ଏସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଦେଇଛି । କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ କହିଛି ଯେ ୨୦୨୨-୨୩ ର ଚତୁର୍ଥ ତ୍ରୟମାସରେ ସ୍ଥିର (୨୦୧୧-୧୨) ମୂଲ୍ୟରେ ମୋଟ ଘରୋଇ ଉତ୍ପାଦ ୪୩.୬୨ ଲକ୍ଷ କୋଟି ଟଙ୍କା ହେବ ବୋଲି ଅ ।କଳନ କରାଯାଇଛି, ଯାହା କି ୨୦୨୧-୨୨ ର ଚତୁର୍ଥ ତ୍ରୟମାସରେ ୪୧.୧୨ ଲକ୍ଷ କୋଟି ଟଙ୍କା ଥିଲା, ଯାହା କି ୬.୧ ପ୍ରତିଶତ ଅଭିବୃଦ୍ଧି ଦର୍ଶାଉଛି । ଆରବିଆଇ ଅ ।କଳନ କରିଥିଲା ଯେ ବିତ୍ତୀୟ ବର୍ଷ ୨୦୨୩ର ୪ର୍ଥ ତ୍ରୈମାସିକରେଅଭିବୃଦ୍ଧି ହାର ୫.୧% ରହିବ । ସେହିପରି ବିଭିନ୍ନ ଅର୍ଥନୀତିକ ବିଶେଷଜ୍ଞମାନେ ମଧ୍ୟ ଡିଜିପି ୫% ରହିବ ବୋଲି ଦମ୍ଭୋକ୍ତି କରିଥିଲେ । ତେବେ ଗତ ତ୍ରୈମାସିକ ତୁଳନାରେ ଜାନୁଅ ।ରୀରୁ ମାର୍ଚ୍ଚରେ ଭାରତର ଅର୍ଥନୀତି ଭଲ ପ୍ରଗତି କରିଛି । ବିଶ୍ୱର ଅର୍ଥନୀତି ଧିମା ହୋଇଯାଇଥିଲେ ମଧ୍ୟ ଶେଷ ତ୍ରୈମାସିକରେ ଭାରତର ଜିଡିପି ୬.୧% ରହିଛି । ସୂଚନାଯୋଗ୍ୟ, କ୍ରମାଗତ ଦୁଇ ତ୍ରୈମାସିକ ହ୍ରାସ ପରେ ଏଥର ତ୍ରୈମାସିକ (ଜାନୁଅ ।ରୀରୁ ମାର୍ଚ୍ଚ ତ୍ରୈମାସିକ) ଜିଡିପି ଅଭିବୃଦ୍ଧି ହାର ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷ ୨୦୨୨- ୨୩ର ଚତୁର୍ଥ ତ୍ରୟମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିଛି । ଏହାକୁ ମିଶାଇ ସମଗ୍ର ଅ ।ର୍ଥିକ ବର୍ଷରେ ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ହାର ୭.୨ ପ୍ରତିଶତରେ ପହଞ୍ଚିଛ

Leave a Reply