ଆଜାଦନଗର ବିସ୍ଫୋରଣ ଘଟଣାରେ NIA ତଦନ୍ତ ଜୋରଦାର

ଭୁବନେଶ୍ୱର : ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ ଏନଆଇଏ ତଦନ୍ତ ଜୋରଦାର । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜୋରଦାର କରିଛି NIA ।ଦୁଇ ଜଣଙ୍କ ମୃତ୍ୟୁ ପରେ ଘଟଣାକୁ ଗୁରୁତର ଭାବେ ନେଇଛି NIA ଟିମ । ତଦନ୍ତକାରୀ ଟିମ୍ ସ୍କାନର ରେ ବିସ୍ଫୋରକ ଯୋଗାଇଥିବା ସଂସ୍ଥା । ସେପଟେ ମୃତ ସେହନେବାଜ ମଲ୍ଲିକ୍ ର ଆକାଉଣ୍ଟ ଷ୍ଟେଟମେଣ୍ଟ ଉପରେ ଯାଞ୍ଚ ହେଉଛି । ଆର୍ଥିକ କାରବାର ନେଇ ଚାଲିଛି ଖୋଳତାଡ଼ । ବ୍ୟବହୃତ ବିସ୍ଫୋରକର କିଛି ନମୁନା ନେଇ ତଦନ୍ତ କରୁଛି ଟିମ ।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଆଜାଦ ନଗରରେ ବାଣ ଭିଡିବା ବେଳେ ବିସ୍ଫୋରଣ ଘଟିଥିଲା । ଫିଲ୍ଡ ଭିଜିଟ୍ ପରେ ପ୍ରତିକ୍ରିୟା ରଖିଥିଲେ ଭୁବନେଶ୍ୱର ଡିସିପି । ସେ କହିଥିଲେ ଯେ ଅପରାଧିକ କାର୍ଯ୍ୟ ପାଇଁ ବୋମା ଭିଡିଲା ବେଳେ ବିସ୍ଫୋରଣ ଘଟିଥାଇ ପାରେ । ଅପରାଧିକ ପୃଷ୍ଠଭୂମି ଦେଖିଲା ପରେ ଏପରି ଆଶଙ୍କା କରାଯାଉଛି । ମୁଖ୍ୟ ଅଭିଯୁକ୍ତ ସେହନବାଜ ମଲ୍ଲିକ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଅପରାଧିକ ମାମଲା ରହିଛି । ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ମାମଲା ରହିଛି । ସେହନବାଜ, ତାଙ୍କ ମାଆ, ବାନ୍ଧବୀ ଓ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି । ୫ ମହଲା ବିଶିଷ୍ଟ କୋଠାରେ କିପରି ଭଡାରେ ରହି ଏହା ଚଳାଇଥିଲେ ଅସ୍ପଷ୍ଟ ରହିଛି । ଏହି ଘଟଣାରେ ତଦନ୍ତ ଜାରି ରହିଛି ।

ଗତ ୨୭ ତାରିଖରେ ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗରରେ ବୋମା ଭିଡିବା ବେଳେ ଛାତ ଉପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ୪ ଜଣ ଗୁରୁତର ହୋଇଥିଲା । ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply