ଦିନରେ ଫେରିବାଲା, ରାତିରେ ଚୋରି

ଗଞ୍ଜାମ: ଓଡ଼ିଶା ପୋଲିସ ପଶ୍ଚିମବଙ୍ଗରୁ ଆସିଥିବା ୨୧ ଫେରିବାଲାଙ୍କୁ ବାନ୍ଧିଛି । ଗିରଫ ସମସ୍ତ ୨୧ ଜଣ ପଶ୍ଚିମବଙ୍ଗ ମୁର୍ଶିଦାବାଦ କାଶିପୁର, ନଦିଆ, ପାନିପିଆ, ଭିନ୍ ନଗର, କୁଲବୁନା ଅଞ୍ଚଳର ବୋଲି ସୂଚନା ରହିଛି । ସେମାନଙ୍କ ଠାରୁ ୧୦୬୬ ମୋବାଇଲ୍ , ବ୍ୟାଟେରୀ ଓ ମଦର ବୋର୍ଡ ସହ ୫ଟି ଟ୍ୟାବଲେଟ, କିଛି ଅଳଙ୍କାର ଓ ୧୧ ଟି ମୋଟର ସାଇକେଲ ଜବତ କରାଯାଇଛି ।

ଦିନରେ ଫେରି କରୁଥିବା ବେଳେ ରାତିରେ ଏମାନେ ଚୋରି ମଧ୍ୟ କରୁଥିବା ପୋଲିସ ସନ୍ଦେହ କରୁଛି। ଗାଁ ଗହଳିର ଲୋକଙ୍କ ଠାରୁ ଚୁଟି, ମୋବାଇଲ, ବିଭିନ୍ନ ଅଦରକାରୀ ଅଳଙ୍କାର ଆଦି କିଣି ଏମାନେ ପ୍ରତି ବଦଳରେ ବିଭିନ୍ନ ଆଲୁମିନିୟମ ସାମଗ୍ରୀ ଦେଇଥାନ୍ତି । ଭଞ୍ଜନଗର ଥାନାରେ କେଶ ନମ୍ବର ୯୨/୧ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave a Reply