ଦେଶ ଛାଡ଼ୁଛନ୍ତି ପାକିସ୍ତାନୀ

ଦେଶ ଛାଡ଼ୁଛନ୍ତି ପାକିସ୍ତାନୀ। ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟର ମାସିକ ଅପଡେଟ୍ ଓ ଆଉଟଲୁକ୍ ରିପୋର୍ଟରେ ପାଇଛି ଯେ, ପାକିସ୍ତାନରେ ବେକାରୀ ହାର ୭.୧ ପ୍ରତିଶତରେ ପହଞ୍ଚିଛି, ଯାହା ୨୧ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର। ସମସ୍ତ ବୟସ ଗୋଷ୍ଠୀ, ଲିଙ୍ଗ ଏବଂ ଅଞ୍ଚଳରେ ବେକାରୀ ବୃଦ୍ଧି ପାଇଛି। ଗତ ଦୁଇ ବର୍ଷ ମଧ୍ୟରେ, ମଜୁରୀ, ସୀମିତ ନିଯୁକ୍ତି ସୁଯୋଗ ଓ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଯୋଗୁଁ ୧୫ ଲକ୍ଷରୁ ଅଧିକ ପାକିସ୍ତାନୀ ଦେଶ ଛାଡିଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି, ଏହି ଧାରା କେବଳ ଅଣକୁଶଳୀ ଶ୍ରମିକମାନଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ। ଆଇଟି, ଡାକ୍ତର ଓ ଦକ୍ଷ ଇଞ୍ଜିନିୟ ବି ବହୁ ସଂଖ୍ୟାରେ ଦେଶ ଛାଡି ଯାଉଛନ୍ତି। ଯାହା ଆଗାମୀ ଦିନରେ ପାକିସ୍ତାନର ଆର୍ଥିକ ସ୍ଥିତିକୁ ଆହୁରି ଦୁର୍ବଳ କରିଦେବ ବୋଲି ଆକଳନ କରାଯାଉଛି।

Leave a Reply