ସମଗ୍ର ହିନ୍ଦୁ ସମାଜର ମଙ୍ଗଳ ପାଇଁ ଖଣ୍ଡତଡ଼ା ମଣ୍ଡଳର ହିନ୍ଦୁ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ୧୦୦ ବର୍ଷ ପୁର୍ତ୍ତୀ ଉପଲକ୍ଷେ ସମଗ୍ର ହିନ୍ଦୁ ସମାଜର ମଙ୍ଗଳ ପାଇଁ ଖଣ୍ଡତଡ଼ା ମଣ୍ଡଳର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ଅବସରରେ ସଂପୂର୍ଣ୍ଣ ଏକ ବର୍ଷ ଧରି ସପ୍ତସୂତ୍ରୀ କାର୍ଯ୍ୟକ୍ରମ ପାଇଁ ଯୋଜନା ହୋଇଛି।ସେଥିମଧ୍ୟରୁ ଶତାବ୍ଦୀ ବର୍ଷର ଚତୁର୍ଥ କାର୍ଯ୍ୟକ୍ରମ ହିନ୍ଦୁ ସମ୍ମିଳନୀ ଯାହା ହିନ୍ଦୁ ସମାଜକୁ ଏକତାର ସୂତ୍ରରେ ବାନ୍ଧିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଯାଇଛି।
ଏହି ସମ୍ମିଳନୀରେ ମଞ୍ଚାସୀନ ଅତିଥି ଓ ବକ୍ତା ମାନେ ସନାତନ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ।ବିଶେଷ କରି ସାମାଜିକ ସମରସତା,ସୁଦୃଢ ହିନ୍ଦୁ ପରିବାର ବ୍ୟବସ୍ଥା ,ପର୍ଯ୍ୟlବରଣ ସୁରକ୍ଷା ଏବଂ ନାଗରିକ କର୍ତ୍ତବ୍ୟ ସମ୍ପର୍କରେ ବକ୍ତା ମାନେ ନିଜର ବହୁମୂଲ୍ୟ ମତ ରଖିଥିଲେ।ଏଥି ସହ ନିଜର ସ୍ୱ-ଭାଷା , ସ୍ୱ-ଭୂଷା ଏବଂ ସ୍ୱ-ସଂସ୍କୃତିର ମହାନତାକୁ ବଜାୟ ରଖିବା ପାଇଁ ସମାଜକୁ ଆହ୍ବାନ ଦିଆଯାଇଥିଲା।
ଏହି ଧର୍ମ ସଭାରେ ମୂଖ୍ୟ ବକ୍ତା ଭାବରେ ରାଷ୍ଟୀୟ ସଂୟ ସେବକ ସଂଘର ବାଲେଶ୍ଵର ବିଭାଗ ସହ କାର୍ଯ୍ୟ ବାହ ଶ୍ରୀମାନ ବରୁଣ କୁମାର ବନଚ୍ଛୋର୍ ର ,ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ଷଡ଼ଙ୍ଗୀ , ସମ୍ମାନୀତ ଅତିଥି ଶ୍ରୀଯୁକ୍ତ କରୁଣାକର ବାରିକ, ହିନ୍ଦୁ ସମ୍ମିଳନୀ ର ସଂଯୋଜକ ଶ୍ରୀମାନ ପ୍ରକାଶ କୁମାର ଜେନା , ସମଗ୍ର ହିନ୍ଦୁ ସମାଜ ର ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମ ସ୍ଥାନରେ ମା ଭଦ୍ରକାଳୀଙ୍କ ଉଦ୍ଦେଶ୍ୟରେ ମାତୃଶକ୍ତି ଦ୍ୱାରା କଳସ ଶୋଭାଯାତ୍ରା , ଘୃତଯଜ୍ଞ ଓ ଧର୍ମସଭା ପରେ ସହସ୍ରାଧିକ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ପ୍ରସାଦ ସେବନ କରିଥିଲେ।ହିନ୍ଦୁ ଜୀବନ ଶୈଳୀ ମୂଲ୍ୟବୋଧର ପ୍ରଚାର ଓ ପ୍ରସାର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *