କୁଆଳୋରେ ହିନ୍ଦୁ ସମ୍ମିଳନୀ
ପରଜଙ୍ଗ-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କୁଆଳୋ ମଣ୍ଡଳ ଓ ପରଜଙ୍ଗ ଖଣ୍ଡ ଆନୁକୂଲ୍ୟରେ କୋଦାଳକଗଡ଼ କୁଆଳୋ ଅଷ୍ଟଶମ୍ଭୁ ମନ୍ଦିର ପାର୍ଶ୍ବରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ମଣ୍ଡଳର ୧୧ ଟି ପଞ୍ଚାୟତର ହିନ୍ଦୁ ଭାଇ ଭଉଣୀମାନଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଥିଲା । ତତ୍ ସହିତ ୨୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ କୀର୍ତନ ମଣ୍ଡଳୀ ଆସି ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ।
ହିନ୍ଦୁ ସମ୍ମିଳନୀ ଉପଲକ୍ଷେ ମନ୍ଦିର ପରିସରରେ ଥିବା ଯଜ୍ଞ କୁଣ୍ଡରେ ହୋମ ଯଜ୍ଞ ଚାଳିଥିବା ବେଳେ ମନ୍ଦିର ବାହାର ପାର୍ଶ୍ଵ ପଡିଆରେ ମଞ୍ଚ କରାଯାଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ପରଜଙ୍ଗ ଖଣ୍ଡର ଉଦ୍ୟୋକ୍ତା ତଥା ଓକିଲ ସଂଘ ସଭାପତି, ଆଞ୍ଚଳିକ ସଂକୀର୍ତନ ମଣ୍ଡଳୀ ମହାସଂଘର ସମ୍ପାଦକ ଅଶୋକ କୁମାର ଦଳବେହେରା ଅତିଥିମାନଙ୍କୁ ମଞ୍ଚାସୀନ ହେବା ପାଇଁ ଆମନ୍ତ୍ରିତ କରିଥିଲେ ।