ଆମେ ସମସ୍ତେ ଏକତ୍ରୀତ ଭାବରେ ଭାରତକୁ ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରିବାକୁ ପଡିବ – ଡକ୍ଟର ମୋହନ ଭାଗବତ

ଆମେ ସମସ୍ତେ ଏକତ୍ରୀତ ଭାବରେ ଭାରତକୁ ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରିବାକୁ ପଡିବ – ଡକ୍ଟର ମୋହନ ଭାଗବତ
ମୁଜାଫରପୁର, ୨୬/ ୧ : ଆଜି ୭୭ତମ ଗଣତନ୍ତ୍ର ଦିବସ ଅବସରରେ ମୁଜାଫରପୁରର ମଧୁକର ନିକେତନରେ ସଂସ୍କୃତି ଉତ୍ଥାନ ସମିତି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ ଆମର ମହାନ ପୂର୍ବପୁରୁଷମାନେ ସ୍ୱାଧୀନତା ହାସଲ ପାଇଁ ବଳିଦାନ ଦେଇଥିଲେ ଏବଂ ଦେଶର ଗଣତନ୍ତ୍ରକୁ ବଜାୟ ରଖିବା ପାଇଁ ଆମ ସମସ୍ତଙ୍କୁ ଏକତ୍ରୀତ ହୋଇ କାମ କରିବାକୁ ପଡିବ।
ସେ କହିଥିଲେ ଯେ ଜାତୀୟ ପତାକାର ତିନୋଟି ରଙ୍ଗ ଅଛି । ଭଗବା, ଧଳା ଓ ସବୁଜ ରଙ୍ଗ । ଭାରତର ସନାତନ ସଂସ୍କୃତିର ଭଗବା ରଙ୍ଗ ଯାହା ପତାକାର ଉପରି ଭାଗରେ ଅଛି ତାହା ତ୍ୟାଗ, କର୍ମଶୀଳତାର ପ୍ରତୀକ । ମଧ୍ୟଭାଗରେ ଯେଉଁ ଧଳା ରଙ୍ଗ ଅଛି ତାହା ସ୍ୱଚ୍ଛ ନିର୍ମଳ ମନର ପ୍ରତୀକ । ତଳ ଭାଗରେ ଯେଉଁ ସବୁଜ ରଙ୍ଗ ଅଛି ତାହା ଲକ୍ଷ୍ମୀ ଓ ଧନର ପ୍ରତୀକ । ଏସବୁ ଧର୍ମର ଆଧାରରେ ଚାଲୁ ରହିଛି। ସେଥିପାଇଁ ଏହା ମଝିରେ ଧମ୍ମଚକ୍ର ଅଛି।
ଆମ ଧର୍ମ ବିଷୟରେ ବୁଝେଇବା ପାଇଁ ଆମ ପାଖରେ ସମ୍ବିଧାନ ଅଛି । ସମ୍ବିଧାନର ପ୍ରସ୍ତାବନା ପଢିବା ଦ୍ୱାରା ଆମେ ନାଗରିକ କର୍ତ୍ତବ୍ୟ ବିଷୟରେ ଜାଣିଥାଉ ତଥା ଆଇନ ପାଳନ କରିବା ଏକ ନାଗରିକ କର୍ତ୍ତବ୍ୟ ବୋଲି ମାନିଥାଉ । ଆମ ଦେଶରେ କିଛି ପରମ୍ପରାଗତ ଭାବରେ ଚାଲି ଆସୁଥିବା ଆଇନ ମଧ୍ୟ ଅଛି,ଯାହାର କିଛି ଲିଖତ ଉଲ୍ଲେଖ ନାହିଁ । କିନ୍ତୁ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ମନୁଷ୍ୟମାନଙ୍କ ମଧ୍ୟରେ ମାନବିକତା ବଞ୍ଚି ରହିବା ଭଳି ପରମ୍ପରା ପ୍ରଚଳିତ ଅଛି । ଆମେ ସବୁ ମିଶି ଦେଶକୁ ବିଶ୍ୱର ଶ୍ରେଷ୍ଠ ସ୍ଥାନରେ ପ୍ରତିଷ୍ଠିତ କରିବାକୁ ପଡିବ । ସେଥିପାଇଁ ଆମ ସମସ୍ତଙ୍କୁ ନିଜର ଆଦର୍ଶ ଓ ଆଚରଣ ପ୍ରଦର୍ଶନ କରି ଚାଲିବାକୁ ପଡିବ ।

Leave a Reply