Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚôଛି । ପିଆଇବି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନି ୬୮୬ କୋଟି ଟଙ୍କା ଥିଲା, ଯାହାକି ୨୦୨୨-୨୩ ବର୍ଷରେ ୧୬,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏଥିରେ ୨୩ ଗୁଣା ବୃଦ୍ଧି ପଞ୍ଜିକୃତ ହୋଇଛି । ସରକାରଙ୍କ ଦ୍ୱାରା ପ୍ରକାଶିତ ବିବୃତ୍ତି ଅନୁଯାୟୀ, ପ୍ରତିରକ୍ଷା ରପ୍ତାନୀର ଏହି ବୃଦ୍ଧି ଦେଶର ବିଶ୍ୱ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ବୃଦ୍ଧିକୁ ପ୍ରତିଫଳିତ କରିଛି । ଭାରତ ବର୍ତ୍ତମାନ ୮୫ରୁ ଅଧିକ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଛି । ଭାରତର ପ୍ରତିରକ୍ଷା ଶିଳ୍ପ ବିଶ୍ୱ ମାନକ ସହିତ ଉତ୍ପାଦନ କରିବାର କ୍ଷମତା ପ୍ରଦର୍ଶନ କରିଛି ବର୍ତ୍ତମାନ ଏକ ଶହରୁ ଅଧିକ ସଂସ୍ଥା ପ୍ରତିରକ୍ଷା ଉତ୍ପାଦ ରପ୍ତାନି କରୁଛନ୍ତି । ଦେଶର ପ୍ରତିରକ୍ଷା ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଗତ ନଅ ବର୍ଷ ମଧ୍ୟରେ ଅନେକ ନୀତିଗତ ପଦକ୍ଷେପ ନେଇଛନ୍ତି । ପୂର୍ବ ତୁଳନାରେ ରପ୍ତାନି ପ୍ରକ୍ରିୟା ସରଳୀକୃତ ହୋଇଛି ଏହା ଶିଳ୍ପ ପାଇଁ କାମ କରିବା ସହଜ କରିଥାଏ ପ୍ରତିରକ୍ଷା ଉତ୍ପାଦ ରପ୍ତାନି ପ୍ରସଙ୍ଗରେ ମଧ୍ୟ ସରକାର ସହଜ ବ୍ୟବସାୟକୁ ପ୍ରୋତ୍ସାହିତ କରୁଛନ୍ତି । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ମଧ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆତ୍ମନିର୍ଭରଶୀଳ ଭାରତ ପଦକ୍ଷେପ ଦ୍ୱାରା ଉପକୃତ ହୋଇଛି । ଦେଶରେ ଉତ୍ପାଦିତ ପ୍ରତିରକ୍ଷା ଉତ୍ପାଦର ଡିଜାଇନ, ବିକାଶ ଏବଂ ଉତ୍ପାଦନରେ ନୂତନ ପରୀକ୍ଷଣ ପାଇଁ ଏହା ଏକ ପଥ ପରିଷ୍କାର କରିଛି ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶର ବିଦେଶୀ ପ୍ରତିରକ୍ଷା ଉତ୍ପାଦ ଉପରେ ର୍ନିଭରଶୀଳତା ମଧ୍ୟ ବର୍ଷ ବର୍ଷ ଧରି ବହୁ ମାତ୍ରାରେ ହ୍ରାସ ପାଇଛି ।

Leave a Reply