ପୁରୀ ଜୟୀ ରାଜଗୁରୁ ଵସତି ର ଶ୍ରୀରାମ ମନ୍ଦିର ପରିସର ରେ ହିନ୍ଦୁ ସମ୍ମିଳନୀ

ଏକ ସମୃଦ୍ଧ ଭାରତବର୍ଷ ପାଇଁ ଏକ ରାଷ୍ଟ୍ର,ଏକ ଧର୍ମ, ଏକ ସଂସ୍କୃତି “ମହା ମନ୍ତ୍ର” ହେଉ ବୋଲି ପୁରୀ ଶ୍ରୀରାମ ମନ୍ଦିର ପରିସର ରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀରେ ମତପ୍ରକାଶ ପାଇଛି।
ଶ୍ରୀ ହର ପ୍ରସାଦ ମହାପାତ୍ର ଙ୍କ ସଭାପତିତ୍ବରେ ଅରବିନ୍ଦ ଶତପଥୀ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ହିନ୍ଦୁ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରମହଂସ ପ୍ରଜ୍ଞାନାନନ୍ଦ ଗିରି, ହରିହରାନନ୍ଦ
ଗୁରୁକୁଳମ, ବାଲିଘାଇ, ପୁରୀ,
କହିଥିଲେ ଯେ, ହଜାର ହଜାର ବର୍ଷ ତଳେ ହିନ୍ଦୁ ଧର୍ମର ସୃଷ୍ଟି। ଏହାର ପରମ୍ପରା ଓ ସଂସ୍କୃତି କାଳ କାଳ ଭାରତ ବର୍ଷକୁ ଉଦବୁଦ୍ଧ କରିଛି।”ଆମେ ହିନ୍ଦୁ, ଭାରତ ଆମର ମାତା “ଏହି ଆହ୍ୱାନ ହିଁ ବିଶ୍ୱରେ ଭାରତ ବର୍ଷକୁ ଚର୍ଚ୍ଚିତ
ଓ ବିକଶିତ କରିଛି। ବିଦେଶ ସଂକୃତି ଓ ଆମ ସଂସ୍କୃତି ସହ ତୁଳନାକରି ସେ କହିଥିଲେ ଯେ ବିଦେଶରେ ସମସ୍ତଙ୍କର କେବଳ ଜଣେ ହିଁ ମା ଥିବା ବେଳେ ଆମର ଗ୍ରନ୍ଥ ହେଉଛନ୍ତି ମାତା, ବୃକ୍ଷ୍ୟ ହେଉଛନ୍ତି ମାତା, ନଦୀ ହେଉଛନ୍ତି ମାତା, ପୃଥିବି ଆମର ମାତା ଗୋବଂଶ ଆମର ମାତା ଏବଂ ସର୍ବଶେଷରେ ଭାରତ ଦେଶ ଆମର ମାତା।ବିଭିନ୍ନ ଧର୍ମର ସୁରକ୍ଷ୍ୟା ସହ ହିନ୍ଦୁ ଧର୍ମର ସମୃଦ୍ଧି
ଓ ବିକାଶ ହେଲେ ଆମ ଦେଶ ବିଶ୍ୱ ଗୁରୁ ହେବ। ଏହି ହିନ୍ଦୁ ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଶଙ୍କରାନନ୍ଦ ମଠ ର ସ୍ବାମୀ ଶାସ୍ବତାନନ୍ଦ ସରସ୍ବତୀ କହିଥିଲେ, ଆମ ଜନ୍ମଭୂମି ଆମର ପ୍ରକୃତ ମାତା ହୋଇ ଆମକୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମକୁ ଅନ୍ନ, ବସ୍ତ୍ର, ପାଣି, ପବନ ଦେଇ ଆମର ଲାଳନ ପାଳନ କରୁଛି। ଆମର ଜଗନ୍ନାଥ ସଂସ୍କୃତି ଏକ ମହାନ ସଂସ୍କୃତି।
ଆମ ଜଗନ୍ନାଥ ମା ହୋଇ କୃଷ୍ଣ, ବଳରାମଙ୍କୁ ଜନ୍ମ ଦେଉଛନ୍ତି। ଆମ ଜଗନ୍ନାଥ ହିଁ ଆମ ଭାରତ ମାତା ଓ ବିଶ୍ୱ ମାତା ଏବଂ ବିଶ୍ୱ ପିତା।
ପ୍ରଫେସର ପ୍ୟାରୀ ମୋହନ ପଟ୍ଟନାୟକ କହିଲେପଞ୍ଚ ତତ୍ତ୍ୱ-ମାଟି, ଜଳ, ଅଗ୍ନି, ପବନ ଓ ଅଗ୍ନି ହିଁ ଆମର ପର୍ୟାବରଣ।
ଏହି ପଞ୍ଚ ତତ୍ତ୍ୱ ତତ୍ତ୍ୱ ଆଜି ଦୂଷିତ।
ତେଣୁ ପର୍ୟାବରଣ ଆଜି ଦୂଷିତ। ଏହାକୁ ଶୁଦ୍ଧ ରଖିଲେ ଆମେ ସୁସ୍ଥ ରହି ପରିବା।
ମୁକ୍ତି ମଣ୍ଡପ ପଣ୍ଡିତ ସଭାର ପଣ୍ଡିତ ଶ୍ରୀ ବିଚିତ୍ରା ନନ୍ଦ ମିଶ୍ର କହିଲେ, ଆମେ ନିଜକୁ ହିନ୍ଦୁ ବୋଲି ଗର୍ବରେ ଏଇଥି ପାଇଁ କହିଥାଉ କାରଣ ଆମ ହିନ୍ଦୁ ସଂସ୍କୃତି ବିଶ୍ୱର ସର୍ବପ୍ରାଚୀନ ସର୍ବୋତ୍ତମ ମହାନ ସଂସ୍କୃତି ଅଟେ।
ଭାରତର ସାମଗ୍ରିକ ବିକାଶରେ ଆଦର୍ଶ ଯୌଥ ପରିବାରର ମହତ୍ତ୍ୱ, ପରିବେଶ ସୁରକ୍ଷ୍ୟା, ସ୍ୱ ସଂସ୍କୁତି, ସ୍ୱ ଭାଷା, ସ୍ୱଦେଶୀ ବସ୍ତୁର ବ୍ୟବହାର, ଜାତିଭେଦ ବିହୀନ ସମାଜ ନିର୍ମାଣ ଏବଂ ନାଗରିକ କର୍ତ୍ତବ୍ୟ ପାଳନ-ହିନ୍ଦୁ ସମାଜରେ ଏହି ପଞ୍ଚ ପରିବର୍ତ୍ତନ ହିଁ ହିନ୍ଦୁତ୍ତ୍ୱକୁ ଶକ୍ତିଶାଳୀ କରିବା ସହ ଭାରତବର୍ଷକୁ ମହନୀୟ କରିବ। ପ୍ରଫେସର ରବିଶଙ୍କର ମିଶ୍ର କହିଲେ ପ୍ରତିଦିନ ଆମେ ଏକ ନିର୍ଦ୍ଧିଷ୍ଟ ସମୟରେ ନିୟମିତ ଭଗବାନଙ୍କୁ ପ୍ରାର୍ଥନା କଲେ ଭଗବାନ ତାହା ଶୁଣନ୍ତି ଓ ଆମ ମନକାମନା ପୁରଣ କରନ୍ତି।ଏହି ହିନ୍ଦୁ ସମ୍ମିଳନୀରେ ଅଧ୍ୟାପକ ପ୍ୟାରୀମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକ ହଜାରରୁ ରୁ ଉର୍ଦ୍ଧ ସ୍ଥାନୀୟ ଅଧିବାସୀ, ମହିଳା ଓ ଯୁବଗୋଷ୍ଠୀ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀ ଅରବିନ୍ଦ ଶତପଥୀ, ସୁକାନ୍ତ ଦଳାଇ,ଅଂଶୁମାନ ରାଏ , ଦେବେନ୍ଦ୍ର ଅଗ୍ରୱାଲ, ମାନସ ଲେଙ୍କା, ପ୍ରଦ୍ୟୁମ୍ନ ମଲ୍ଲିକ ଓ ଶ୍ରୀ ରାମ ମନ୍ଦିର ପରିଚାଳନା ସମିତିର କାର୍ଯ୍ୟକତ୍ତାମାନେ।

Leave a Reply

Your email address will not be published. Required fields are marked *