ବାଲେଶ୍ୱର ନଗରର ରାମେଶ୍ୱର ଉପନଗରର ଭୀମପୁରା ଟିଭି ସେଣ୍ଟର ପଡିଆରେ ବିଶାଳ ହିନ୍ଦୁ ସମ୍ମିଳନୀ

ବାଲେଶ୍ୱର ନଗରର ରାମେଶ୍ୱର ଉପନଗରର ଭୀମପୁରା ଟିଭି ସେଣ୍ଟର ପଡିଆରେ ବିଶାଳ ହିନ୍ଦୁ ସମ୍ମିଳନୀ
ବାଲେଶ୍ୱର ନଗରର ରାମେଶ୍ୱର ଉପନଗରର ଭୀମପୁରା ଟିଭି ସେଣ୍ଟର ପଡିଆରେ ରବିବାର ଦିନ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭୀମପୁରା ଟିଭି ସେଣ୍ଟର ପଡିଆରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ତ୍ରିବେଣୀ ଆଶ୍ରମର ସନ୍ଥ ତଥା ବିଶ୍ୱହିନ୍ଦୁ ପରିଷଦ ଧର୍ମପ୍ରସାର ବିଭାଗର ରେମୁଣା ଖଣ୍ଡର ସନ୍ଥ ସମ୍ପର୍କ ପ୍ରମୁଖ ବାବା ଦୟାନନ୍ଦ, ମୁଖ୍ୟ ବକ୍ତା ଭାବେ ବିଶ୍ୱହିନ୍ଦୁ ପରିଷଦର ଓଡିଶା ପୂର୍ବ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ, ବିଶିଷ୍ଟ ଅତିଥି ଭାବେ ପଣ୍ଡିତ ଜିଲ୍ଲା ଗାୟତ୍ରୀ ପରିବାରର ସଂଯୋଜକ ବଳରାମ ଜେନା, ପରିବେଷବିତ ମନୋଜ ଖଣ୍ଡା, କାର୍ଯ୍ୟକ୍ରମର ସଂଯୋଜକ ଯୁଗଳ କିଶୋର ରାଠି ମଞ୍ଚରେ ଉପସ୍ଥିତ ଥିଲେ। କଳସ ଶୋଭାଯାତ୍ରା ରାମେଶ୍ୱର ମନ୍ଦିରରୁ ଭୀମପୁରା ଗ୍ରାମ ପରିକ୍ରମା କରିଥିଲା। ପରେ ସେଠାରେ ଯଜ୍ଞ, ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *