ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ପକ୍ଷରୁ ଓଡ଼ିଶାର ଚାନ୍ଦିପୁରରେ ଗୋଟିଏ ଲଞ୍ଚରରୁ ଦୁଇଟି ପ୍ରଳୟ କ୍ଷେପଣାର ସଫଳ ପରୀକ୍ଷଣ

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ ଉପଲବ୍ଧିା
ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ପକ୍ଷରୁ ଓଡ଼ିଶାର ଚାନ୍ଦିପୁରରେ ଗୋଟିଏ ଲଞ୍ଚରରୁ ଦୁଇଟି ପ୍ରଳୟ କ୍ଷେପଣାର ସଫଳ ପରୀକ୍ଷଣ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୧୦:୩୦ ସମୟରେ ଓଡ଼ିଶା ଉପକୂଳରେ ସମାନ ଲଞ୍ଚରରୁ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା। ଉଭୟ କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ପଥକୁ ସଂପୂର୍ଣ୍ଣ ଭାବରେ ଅନୁସରଣ କରିଥିଲା ​​ଏବଂ ସଫଳତାର ସହିତ ସମସ୍ତ ଉଡ଼ାଣ ଲକ୍ଷ୍ୟ ହାସଲ କରିଥିଲା। କମ୍ ସମୟ ବ୍ୟବଧାନରେ ଗୋଟିଏ ଲଞ୍ଚରରୁ ଦୁଇଟି କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ ନିଜସ୍ୱ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା।
 

Leave a Reply

Your email address will not be published. Required fields are marked *