ଜାତୀୟ ଗ୍ରାହକ ଦିବସ ପାଳିତ

ଜାତୀୟ ଗ୍ରାହକ ଦିବସ ପାଳିତ
ଭୁବନେଶ୍ୱର ତା ୨୫ା୧୨ା ଜାତୀୟ ଗ୍ରାହକ ଦିବସ ଅବସରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ଓଡିଶା ପୂର୍ବପ୍ରାନ୍ତ ତରଫରୁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଲୋହିଆ ଏକାଡେମୀର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ରୀୟ ଜି.ଏସ.ଟି ଓ ବାଣିଜ୍ୟକର ମୁଖ୍ୟ କମିଶନର ପିୟୁଷ ପଟ୍ଟନାୟକ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେଅର୍ଥବିଭାଗର ପ୍ରାକ୍ତନ ସ୍ୱତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ୱାଳ ଯୋଗଦେଇ ଗ୍ରାହକ ଆନ୍ଦୋଳନ, ଗ୍ରାହକ ସଂଗଠନ ଓ ଗ୍ରାହକ ସେବା ବିଷୟରେ ବ୍ୟାପକ ଆଲୋଚନା କରିଥିଲେ । ଓଡିଶାରେ ଦୀର୍ଘଦିନ ଧରି ଚାଲିଆସିଥିବା ଏହି ଆନ୍ଦୋଳନ ବିଷୟରେ ସେ ସମସ୍ତଙ୍କୁ ସଚେତନ କରିବା ସହ ଆଗାମୀ ଦିନରେ ଗ୍ରାହକ ସ୍ୱାର୍ଥରକ୍ଷା ପାଇଁ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡିଶା ପୂର୍ବ ପ୍ରାନ୍ତର ସଂପାଦକ ଅଭୟ ଅନିର୍ବାଣ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ନିଜ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ପ୍ରଦେଶ ଅଧ୍ୟକ୍ଷ ସୌମେନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିଲେ । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ କାର୍ଯ୍ୟକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *