Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନର ଏବେ ଶନିଦଶା ଚାଲିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନର ଏବେ ଶନିଦଶା ଚାଲିଛି

ଲାହୋର : ବାକି ନ ଶୁଝିବାରୁ ପାକିସ୍ତାନର ବିମାନକୁ ଜବତ କଲା ମାଲେସିଆ । ପାକିସ୍ତାନର ଏବେ ଶନିଦଶା ଚାଲିଛି । ଗୋଟିଏ ପଟେ ଦେଶରେ ରାଜନୈତିକ ହଟଚମଟ ଚାଲିଥିବା ବେଳେ ଅନ୍ୟପଟେ ଏହି ଦେଶ ଦେବାଳିଆ ହେବାକୁ ଯାଉଛି । ପରିସ୍ଥିତି ହେଉଛି ଯେ ଯଦି ପାକିସ୍ତାନ ନିଜର ଋଣ ପରିଶୋଧ ନ କରେ, ତେବେ ଏହି ଦେଶ ଖିଲାପକାରୀ ହୋଇଯିବ । ଇତି ମଧ୍ୟରେ ପାକିସ୍ତାନ ସହ ଜଡିତ ଆଉ ଏକ ଖବର ସାମ୍ନାକୁ ଆସିଛି । ମାଲେସିଆ ପାକିସ୍ତାନର ଏକ ବିମାନକୁ ଜବତ କରିଛି । ପାକିସ୍ତାନ ବକେୟା ଅର୍ଥ ନଦେବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମାଲେସିଆ ପାକିସ୍ତାନର ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ପିଆଇଏର ବୋଇଙ୍ଗ୍ ୭୭୭ ବିମାନକୁ ଜବତ କରିଛି । ଏହା ଫଳରେ ପାକିସ୍ତାନକୁ ଲଜ୍ଜିତ ହେବାକୁ ପଡ଼ିଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନର ରାଷ୍ଟ୍ରାୟତ୍ତ ବିମାନ କମ୍ପାନି ପିଆଇଏ ପକ୍ଷରୁ ଏହି ବିମାନକୁ ମାଲେସିଆଠାରୁ ଲିଜ ନିଆଯାଇଥିଲା । ଏହି ଲିଜ୍ ବାବଦରେ ପାକିସ୍ତାନ ପ୍ରାୟ ୪ ନିୟୁତ ଡଲାର ବକେୟା ରଖିଛି । ବାରମ୍ବାର କହିବା ସତ୍ତ୍ୱେ ପାକିସ୍ତାନ ଅର୍ଥ ନ ଦେବାରୁ ମାଲେସିଆ ଏପରି ପଦକ୍ଷେପ ନେଇଛି । ସୂଚନାଯୋଗ୍ୟ, ୨୦୨୧ ମସିହାରେ ମାଲେସିଆ ମଧ୍ୟ ସମାନ ପଦକ୍ଷେପ ନେଇଥିଲା, କିନ୍ତୁ ପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇଥିଲା ।

Leave a Reply