Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତୁ୍ୟଦଣ୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତୁ୍ୟଦଣ୍ଡ

କମ୍ପାଲା: ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତୁ୍ୟଦଣ୍ଡ ବ୍ୟବସ୍ଥା କରାଯାଇଛି । ଏ ନେଇ ଏକ ଆଇନକୁ ସେଠାକାର ରାଷ୍ଟ୍ରପତି ୟୋୱେରି ମୁସେଭେନି ମଂଜୁର କରିଛନ୍ତି । ଏହି ପୂର୍ବ ଆଫ୍ରିକୀୟ ଦେଶର ଅନେକ ଲୋକ ଏହି ନୂତନ ସମଲିଙ୍ଗୀ ବିରୋଧୀ ଅ ।ଇନକୁ ସମର୍ଥନ କରିଛନ୍ତି, କିନ୍ତୁ ଏହାକୁ ମାନବାଧିକାର କର୍ମୀ ଏବଂ ବିଦେଶରେ ତୀବ୍ର ସମାଲୋଚନା କରାଯାଇଛି । ସେମାନେ ଆଇନର ପୂର୍ବ ଚିଠାକୁ ମାନବାଧିକାର ଉପରେ ଏକ ଗମ୍ଭୀର ଆକ୍ରମଣ ବୋଲି ନିନ୍ଦା କରିଥିଲେ । ଯାହା ପରେ ତାହାକୁ ଫେରାଇ ନିଆଯାଇଥିଲା । ତେବେ ନୂଆ ଅ ।ଇନରେ ଗୁରୁତର ସମଲିଙ୍ଗୀ ସମ୍ପର୍କ ପାଇଁ ମୃତୁ୍ୟଦଣ୍ଡର ବ୍ୟବସ୍ଥା ରହିଛି । ଏଥିରେ ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ସହିତ ନାବାଳକ ଏବଂ ସମାଜର ଅନ୍ୟାନ୍ୟ ସମ୍ବେଦନଶୀଳ ବର୍ଗର ଲୋକଙ୍କ ସହ ଯୌନ ସମ୍ପର୍କ ରଖିବା ଅନ୍ତର୍ଭୁକ୍ତ । ଆଇନ ଅନୁଯାୟୀ, ସମଲିଙ୍ଗୀ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ସନ୍ଦିଗ୍ଧଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ । ଏହା ପୂର୍ବରୁ ରାଷ୍ଟ୍ରପତି ମୁସେଭେନି ଏପ୍ରିଲ ମାସରେ ଏହି ବିଲକୁ ନ୍ୟାସନାଲ୍ ଆସେମ୍ବ୍ଲିକୁ ପଠାଇ ଦେଇଥିଲେ । ଯେଉଁମାନେ ଏଲଜିବିଟିକୁ୍ୟ ଭାବରେ ଚିହ୍ନଟ ହୋଇଥିଲେ ଏବଂ ପ୍ରକୃତରେ ସମଲିଙ୍ଗୀ ସମ୍ପର୍କରେ ଲିପ୍ତ ଥିଲେ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କରିବା ପାଇଁ ଏହି ପରିବ ର୍ନ କରାଯାଇଥିଲା । ତେବେ ଏହି ଆଇନର ଅର୍ଥନୈତିକ ପରିଣାମ ନେଇ ଆମେରିକା ଚେତାବନୀ ଦେଇଛି । ଏହାକୁ ଆମନେଷ୍ଟି ଇ ରନ୍ୟାସନାଲ ଏକ ଅତ୍ୟନ୍ତ କଠୋର ଆଇନ ବୋଲି ବର୍ଣ୍ଣନା କରିଛି । ଆଫ୍ରିକାର ୫୪ଟି ଦେଶ ମଧ୍ୟରୁ ୩୦ରୁ ଅଧିକ ଦେଶରେ ସମଲିଙ୍ଗୀ ସମ୍ପର୍କ ଏକ ଅପରାଧ ।

Leave a Reply