Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚନ୍ଦ୍ରଯାନ-୩ କୁ ନେଇ ଇସ୍ରୋର ବଡ଼ ଘୋଷଣା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚନ୍ଦ୍ରଯାନ-୩ କୁ ନେଇ ଇସ୍ରୋର ବଡ଼ ଘୋଷଣା

ନୂଅଦିଲ୍ଲୀ: ଚଳିତ ବର୍ଷ ଜୁଲାଇରେ ହିଁ ଲଞ୍ଚହେବ ଚନ୍ଦ୍ରଯାନ-୩ । ସୋମବାର ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ଏହି ସୂଚନା ଦେବା ସହ, ଚନ୍ଦ୍ରଯାନ- ୩ର ଲଞ୍ଚ ମହାକାଶ କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ବଡ଼ ସଫଳତା ହେବ ବୋଲି କହିଛନ୍ତି । ସୂଚନାଥାଉକି, ସୋମବାର ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍ରୁ -୧୨ ରକେଟ୍ ଏନଭିଏସ-୦୧ ନାଭିଗେସନ୍ ସାଟେଲାଇଟକୁ ସଫଳତାପୂର୍ବକ ଲଞ୍ଚ କରିଛି । ଆଉ ଏହି ଲଞ୍ଚପରେ ପ୍ରତିକ୍ରିୟା ରଖିଛନ୍ତି ଏସ ସୋମନାଥ । ଇସ୍ରୋ ମୁଖ୍ୟ ଆହୁରି କହିଛନ୍ତି ଅସଫଳତା ସାମାନ୍ୟ କଥା । ବାରମ୍ବାର ସଫଳ ହେବ ଜରୁରୀ ନୁହେଁ । କିନ୍ତୁ ବଡ଼ କଥା ହେଉଛି ଆମକୁ ଏଥିରୁ ଶିଖିବାର ଅଛି ଆଉ ଆଗକୁ ବଢ଼ିବାର ଅଛି । ପ୍ରତି କାମରେ ସଫଳତା ଏବଂ ଅସଫଳତା ରହିଛି । ଆମକୁ ଆମ ପ୍ରୟୋଗ ବନ୍ଦ ନକରିବା ଦରକାର । ସୂଚନାଥାଉକି, ଚନ୍ଦ୍ରଯାନ-୩ ର ଲଞ୍ଚର ଘୋଷଣା ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର-ରୋଭର ଦୁର୍ଘଟଣାଗ୍ରସ୍ତ ହେବାର ଚାରି ବର୍ଷ ପରେ ହୋଇଛି । ଚନ୍ଦ୍ରଯାନ-୩ ମିଶନକୁ ଜୁଲାଇରେ ଶ୍ରୀହରିକୋଟାର ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ହେବ । ଚନ୍ଦ୍ରଯାନ-୩ ଚନ୍ଦ୍ରର ସେହି ସ୍ଥାନକୁ ଲଞ୍ଚ କରାଯାଇପାରେ ଯେଉଁଠାକୁ ସୂର୍ଯ୍ୟକିରଣ କମ୍ ପଡୁଛି ବା ଚନ୍ଦ୍ରର ଅଧିକ ଅନ୍ଧକାରମୟ ସ୍ଥାନକୁ ଲଞ୍ଚ ହୋଇପାରେ । ଇସ୍ରୋର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମିଶନ ଏହାର ଶେଷ ପର୍ଯ୍ୟାୟରେ ରହିଛି । ସୂଚନାଥାଉକି, ଚନ୍ଦ୍ରଯାନ-୨କୁ ୨୦୧୯ରେ ଲଞ୍ଚ କରାଯାଇଥିଲା । ତେବେ ଶେଷ ମୁହର୍ତ୍ତରେ ମିଶନର ଲ୍ୟାଣ୍ଡର ଏବଂ ରୋଭର ହଜି ଯାଇଥିଲା । କାରଣ ଏହା ଚନ୍ଦ୍ରମାର ସୁଦୂର ଭାଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave a Reply