Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରଣଦୀପ ହୁଡାଙ୍କ ଫିଲ୍ମ "ସ୍ୱତନ୍ତ୍ର ବୀର ସାବରକର'ଟିଜର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରଣଦୀପ ହୁଡାଙ୍କ ଫିଲ୍ମ “ସ୍ୱତନ୍ତ୍ର ବୀର ସାବରକର’ଟିଜର

ମୁମ୍ବାଇ: ଅନେକ ଦିନ ଅପେକ୍ଷା କରିବା ପରେ ଶେଷରେ ଅଭିନେତା ରଣଦୀପ ହୁ‡ାଙ୍କ ସିନେମା “ସ୍ୱତନ୍ତ୍ର ବୀର ସାବରକର’ର ଟିଜର ରିଲିଜ୍ ହୋଇଛି । ଏହି ସିନେମା ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ଜୀବନୀ ଉପରେ ଆଧାରିତ । ଆଜି ବୀର ସାବରକରଙ୍କର ୧୪୦ତମ ଜନ୍ମଜୟନ୍ତୀ ଅବସରରେ ଏହି ଟିଜର ରିଲିଜ୍ କରାଯାଇଛି ସେହିପରି ସ୍ୱାଧୀନତା ସଂଗ୍ରାମୀଙ୍କ ୧୩୯ତମ ଜୟନ୍ତୀରେ ସିନେମାର ପୋଷ୍ଟର ରିଲିଜ କରାଯାଇଥିଲା । ତେବେ ରଣଦୀପଙ୍କ ଅଭିନୀତ ସିନେମାର ଟିଜରକୁ ଦେଖି ଦର୍ଶକଙ୍କ ଲୋମମୂଳ ଟାଙ୍କୁରି ଉଠିଛି । ଏଥିସହିତ ଦର୍ଶକ ସିନେମା ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ନିଦେ୍ର୍ଦଶକ ମହେଶ ମଞ୍ଜରେକରଙ୍କ ଆଗାମୀ ବାୟୋପିକ୍ରେ ବଲିଉଡ ଅଭିନେତା ରଣଦୀପ ହୁ‡ା ବୀର ସାବରକରଙ୍କ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମକୁ ନିର୍ମାଣ ଏବଂ ପ୍ରଯୋଜନା ସନ୍ଦୀପ ସିଂହ ଏବଂ ଆନନ୍ଦ ପଣ୍ଡିତ କରିଛନ୍ତି । ସିନେମା ଟିଜରରେ ବୀର ସାବରକରଙ୍କ ଭୂମିକାରେ ନଜର ଆସୁଥିବା ରଣଦୀପଙ୍କୁ ଚାଲୁଥିବା ପ୍ରଥମେ ଦେଖିବାକୁ ମିଳୁଛି । ଏହାପରେ ସହରରେ ନିଆଁ ଲାଗି ଯାଉଛି । ଏତିକି ବେଳେ ରଣଦୀପ ନଦୀକୁ ଡେଇଁ ପଡ଼ୁଛନ୍ତି । କେବଳ ଏତିକି ନୁହେଁ ରଣବୀରଙ୍କୁ ବ୍ରିଟିଶ ପୋଲିସ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି ।

Leave a Reply