ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଶତାବ୍ଦୀ ବର୍ଷ ଅବସରରେ ରବିବାର ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦରମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଶତାବ୍ଦୀ ବର୍ଷ ଅବସରରେ ରବିବାର ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦରମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଯୁବ ସମ୍ମିଳନୀ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବୁଦ୍ଧିଜୀବୀ ଯୁଧିଷ୍ଠିର ସାହୁ, ମୁଖ୍ୟବକ୍ତା ଭାବେ ଓଡିଶା ପ୍ରାନ୍ତ ମହାବିଦ୍ୟାଳୟ ପ୍ରମୁଖ ମନୋରଞ୍ଜନ ପ୍ରଧାନ ଯୋଗଦେଇ ଭାରତରେ ସଙ୍ଘର କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ସେହିପରି ଗଞ୍ଜାମ ବିଭାଗ ସହ ବିଭାଗ କାର୍ଯ୍ୟବାହ ଜୁରିଆ ଜାନି ନିଜ ବକ୍ତବ୍ୟରେ “ନୂଆ କରି ନୂଆ ଭାରତ ଆମେ ଗଢିବା ” ଲକ୍ଷକୁ ପୂରଣ କରିବାର ସଂକଳ୍ପ ନେବାପାଇଁ ଯୁବକମାନଙ୍କୁ ପରାମର୍ଶ ଦେଇଥିଲେ l ଏଥିରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସଙ୍ଘ ଚାଳକ ରାଧାକୃଷ୍ଣ ଜାନି, ଜିଲ୍ଲା କାର୍ଯ୍ୟବାହ ରବୀନ୍ଦ୍ର ଭୂୟାଁ, ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ପ୍ରସାଦ ଘଡ଼ାଇ, ଖଣ୍ଡ ସଙ୍ଘ ଚାଳକ ନରେଶ ଶବର , ଜିଲ୍ଲା ବୌଦ୍ଧିକ ପ୍ରମୁଖ ରାମଚନ୍ଦ୍ର ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଖଣ୍ଡ କାର୍ଯ୍ୟବାହ ଭୀମ ଶବର ପରିଚାଳନା କରିଥିଲେ l

Leave a Reply