ବୈଭବଶାଳୀ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ନେଇ ଆରଏସ୍‌ଏସ୍ କାର୍ଯ୍ୟ କରୁଛି

ବୈଭବଶାଳୀ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ନେଇ ଆରଏସ୍‌ଏସ୍ କାର୍ଯ୍ୟ କରୁଛି

https://news.vskodisha.com/odia-news-3773/

କଟକ, ତା୧୮।୧୦- ଏକ ବୈଭବଶାଳୀ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ନେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ବହୁ ଘାତପ୍ରତିଘାତ ମଧ୍ୟରେ ସମାଜର ସହଯୋଗ ଓ ସହଭାଗିତା ଆଧାରରେ ଶହେବର୍ଷ ଧରି ନିରନ୍ତର କାର୍ଯ୍ୟ କରିଚାଲିଛି ବୋଲି ସଂଘର ବରିଷ୍ଠ ପ୍ରଚାରକ ତଥା ସମ୍ପର୍କ ବିଭାଗର ପୂର୍ବକ୍ଷେତ୍ର ପ୍ରମୁଖ ବିଦ୍ୟୁତ୍ ମୁଖାର୍ଜୀ କହିଛନ୍ତି।

ଶନିବାର ପୂର୍ବାହ୍ଣରେ ସ୍ଥାନୀୟ ଗ୍ରାଣ୍ଡ ରେସିଡେନ୍ସିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ଆରଏସ୍‌ଏସ – ଏକଶହ ବର୍ଷ’ ଶୀର୍ଷକ ସେମିନାରରେ ଯୋଗଦେଇ ଶ୍ରୀ ମୁଖାର୍ଜୀ କହିଲେ ଯେ, ଭାରତୀୟ ପରିବାର ବ୍ୟବସ୍ଥା ସାରା ବିଶ୍ୱରେ ଅନନ୍ୟ ଏବଂ ଆମକୁ ଏହି ବ୍ୟବସ୍ଥାକୁ ବଜାୟ ରଖିବାକୁ ହେବ। ତତ୍‌ସହିତ ସାମାଜିକ ସମରସତା,ପର୍ଯ୍ୟାବରଣ ସୁରକ୍ଷା , ‘ସ୍ୱ’ବୋଧ ଏବଂ ନାଗରିକ କର୍ତ୍ତବ୍ୟ ଆଦି ବିଷୟ ଉପରେ ସମାଜ ଗୁରୁତ୍ୱ ପ୍ରଦାନକରୁ । ସମାଜରେ ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ସମାଜର ବ୍ୟବସ୍ଥା ଗୁଡିକୁ ଯୁଗାନୁକୂଳ କରିବା ସହିତ ସମସ୍ତ ମତଭେଦ ଭୁଲି ଏକତ୍ର କାମ କରିବାକୁ ପଡିବ । ତେବେ ଯାଇ ଆମର ପବିତ୍ର ମାତୃଭୂମୀକୁ ପୂର୍ନବାର ବିଶ୍ୱଦରବାରରେ ପ୍ରତିଷ୍ଠିତ କରାଇ ପାରିବା ।

ରୋଟାରୀ କ୍ଲବ ଅଫ୍ କଟକ ମିଲେନିୟମର ପୂର୍ବତନ ସଭାପତି ଡକ୍ଟର ଅନଙ୍ଗ ମୋହନ ଦ୍ୱିବେଦୀ ଓ ରୋଟାରୀ ଜିଲ୍ଲା ୩୨୬୨ର ପୂର୍ବତନ ପ୍ରାନ୍ତପାଳ ଅଶୋକ ବିହାରୀ ମହାପାତ୍ରଙ୍କ ଯୁଗ୍ମ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବପ୍ରାନ୍ତର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ନାରାୟଣ ମହାନ୍ତି ସ୍ୱାଗତ ଭାଷଣ ଦେଲାପରେ ଆଡ଼ଭୋକେଟ ସର୍ବେଶ୍ୱର ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲାର ପୂର୍ବତନ ପ୍ରାନ୍ତପାଳ ଦେବାଶିଷ ମିଶ୍ର ଓ ଶାନ୍ତନୁ କୁମାର ପାଣିଙ୍କ ସମେତ ଅନେକ ରୋଟାରୀଆନ୍ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଶେଷରେ ସଂଘର କଟକ ବିଭାଗ ସହ ସଂଘଚାଳକ କିଶୋର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *