Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ଟ୍ରକ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ଟ୍ରକ ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋରୁ ବୋଝେଇ ଟ୍ରକ୍କୁ ଜବତ କରିଛି ତୁରୁମୁଙ୍ଗା ପୋଲିସ । ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ନିକଟରୁ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ତୁରୁମୁଙ୍ଗା ପୋଲିସ । ଟ୍ରକ ଭିତରୁ ୧୫ରୁ ଗୋରୁ ଉଦ୍ଧାର କରାଯାଇଛି । ସମସ୍ତ ଗୋରୁଙ୍କୁ ଉଦ୍ଧାର ପରେ କରଞ୍ଜିଆ ଗୋ ଶାଳାକୁ ପଠାଇଛି ପୋଲିସ । ଚଢ଼ାଉ ବେଳେ ଘଟଣା ସ୍ଥଳରୁ ଗୋ ମାଫିଆ ଫେରାର ହୋଇ ଯାଇଛି । ପୋଲିସ ଟ୍ରକ୍?କୁ ଜବତ କରି ତଦନ୍ତ କରୁଛି । ସୂଚନା ଥାଉକି, ଜାତୀୟ ରାଜପଥରେ ବେଆଇନ୍ ଭାବେ ଗୋ ଚାଲାଣ ହେଉଥିଲା । କିନ୍ତୁ ପୂର୍ବ ସୂଚନା ଅନୁଯାୟୀ ଚଢାଉ କରିଥିଲା ପୋଲିସ । ଆଉ ଚଢାଉରେ ପୋଲିସ୍କୁ ମିଳଥିଲା ସଫଳତା । ତେବେ ଘଟଣାସ୍ଥଳରୁ ଗୋମାଫିଆ ଫେରାର୍ ହୋଇଯାଇଛି । ସେପଟେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛି ସେନେଇ ଖୋଳତାଡ କରୁଛି ପୋଲିସ ।

Leave a Reply