ମାଟ୍ରିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରୀରେ ସମ୍ବର୍ଦ୍ଧନା

ପୁରୀ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାବର୍ଷ ୨୦୨୩ ମାଟ୍ରିକ ପରୀକ୍ଷାରେ ଘୋଡ଼ାବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ହରଚଣ୍ଡିସାହି ଶିଶୁ ବିଦ୍ୟା ମନ୍ଦିର ଓ ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ଘୋଡ଼ା ବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୁଶ୍ରୀ ସୁଚିଶ୍ମିତା ମୁଦୁଲି ପୌରପାଳିକାରେ ସର୍ବାଧିକ ୫୭୪ ନମ୍ବର ରଖି ବିଦ୍ୟାଳୟର ଗୌରବ ବଢାଇଛନ୍ତି । ଏହି ପରିପ୍ରେକ୍ଷୀରେ ପୁରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ଯୁକ୍ତ ଦୁଇ ବିଜ୍ଞାନ ଜ୍ଞାନ ମନ୍ଦିର ପକ୍ଷରୁ ବିଦ୍ୟାଳୟ ପରିସରରେ ମେଧାବୀ ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଅରବିନ୍ଦ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦାନ କରି ଛାତ୍ର ଛାତ୍ରୀଙ୍କ ଅପୂର୍ବ ସଫଳତା ପାଇଁ ଅଭିନନ୍ଦନ ଦେବା ସହ ମେଡାଲ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଶିକ୍ଷା ବିକାଶ ସମିତି ଓଡ଼ିଶାର ପୁରୀ ବିଭାଗ ନିରୀକ୍ଷକ ପ୍ରସନ୍ନ କୁମାର ମହାନ୍ତି, ଯୁକ୍ତ ଦୁଇ ଜ୍ଞାନ ମନ୍ଦିରର ଅଧ୍ୟକ୍ଷା ସୁଶ୍ରୀ ରଙ୍ଗଲତା ସାହୁ, ଘୋଡ଼ା ବଜାର ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ସମିତିର ସଭାପତି ଅଭିମନୁ୍ୟ ଭୂୟାଁ ଓ ଉପସଭାପତି ସ୍ୱାଧୀନ କୁମାର ପ୍ରଧାନ, ସଦସ୍ୟା ସୁଶ୍ରୀ ରୂପାଲି ଅପରାଜିତା ମହାନ୍ତି ଓ ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେଶ ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଶୁଭାଶିଷ ପ୍ରଦାନ ପୂର୍ବକ ଉଜ୍ଜ୍ୱ ଭବିଷ୍ୟତ ନିମନ୍ତେ ପରାମର୍ଶ ଦେଇଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ ଧନେଶ୍ୱର ସୁନ୍ଦରରାୟ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *