Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେରିକାରେ ବି ଦୀପାବଳିରେ ହେବ ସରକାରୀ ଛୁଟି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକାରେ ବି ଦୀପାବଳିରେ ହେବ ସରକାରୀ ଛୁଟି

ୱାଶିଂଟନ: ଆମେରିକାରେ ଦୀପାବଳି ପାଳନ ହେବ । ଭାରତୀୟ ପର୍ବକୁ ସରକାରୀ ଛୁଟି ଭାବେ ଘୋଷଣା କରିବାକୁ ବିଧେୟକ ପାରିତ । ସଂଘୀୟ ଅବକାଶ ପାଇଁ ଶୁକ୍ରବାର ପ୍ରତିନିଧି ସଭାରେ କଂଗ୍ରେସ ସାଂସଦ ଗ୍ରେମ୍ ମୈଙ୍ଗ ବିଧେୟକ ପାରିତ କରିଛନ୍ତି । ଏହାକୁ ଦେଶର ବିଭିନ୍ନ ସମୁଦାୟ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୨ ତାରିଖରେ ଆମେରିକା ଗସ୍ତରେ ଯିବେ । ଏହି ରାଜକୀୟ ଆମେରିକା ଯାତ୍ରାରେ ସ୍ୱାଗତ କରିବେ ଆମେରିକା ରାଷ୍ଟ୍ରପତି ଜୋବାଇଡେନ ଓ ପ୍ରଥମ ମହିଳା ଜିଲ୍ ବଇଡେନ । ଏହା ପୂର୍ବରୁ ଭାରତୀୟ ସଂସ୍କୃତି ଓ ପର୍ବପର୍ବାଣୀ ବିଶ୍ୱସ୍ତରରେ ପହଞ୍ଚିବାର ଏକ ଉଦାହରଣ ସାମ୍ନାକୁ ଆସିଛି । ପିଟିଆଇ ରିପୋର୍ଟ ମୁତାବକ, ଗ୍ରେସ୍ ମୈଙ୍ଗ ବିଧେୟକକୁ ପ୍ରତିନିଧି ସଭାରେ ପାରିତ କରି ତୁରନ୍ତ ପ୍ରେସ୍ କନଫରେସିଂରେ ସୂଚନା ଦେଇଥିଲେ । କଂଗ୍ରେସର ଏହି ସାଂସଦ କହିଛନ୍ତି, ଦୀପାବଳି ଏକ ବିଶ୍ୱ ସ୍ତରୀୟ ପର୍ବ । ନୁ୍ୟୟର୍କ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ପରିବାର ଓ ସମୁଦାୟ ପାଇଁ ଦୀପାବଳି ଗୁରୁତ୍ୱପୂର୍ଣ୍ଣ ପର୍ବ । ବର୍ଷରେ ଗୋଟିଏ ଦିନ ଏହାକୁ ସ୍ୱାତନ୍ତ୍ର ଭାବେ ପାଳନ କରାଯାଇଥାଏ । ତେଣୁ ଏହି ଦିନ ଆମେରିକାରେ ସାର୍ବଜନୀନ ଆବକାଶ ହେବା ଦରକାର । ଯେପରି ଲୋକ ଏହାକୁ ଧୁମଧାମରେ ପାଳନ କରିପାରିବେ । ଦୀପାବଳିକୁ ସଂଘୀୟ ଅବକାଶ ଘୋଷଣା କରି ପ୍ରବାସୀଙ୍କୁ ପରିବାର ଏବଂ ସାଙ୍ଗସାଥୀ ସହିତ ପର୍ବ ପାଳନ ପାଇଁ ଅନୁମତି ଦିଆଯିବା ଆବଶ୍ୟକ ବୋଲି କଂଗ୍ରେସ ସାଂସଦ କହିଥିଲେ । ଦୀପାବଳି ଦିବସ ବିଧେୟକ ଆମେରିକା କଂଗ୍ରେସ ପାରିତ ହୋଇଛି । ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଠାରୁ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହେବ । ପରେ ଦୀପାବଳି ଆମେରିକାର ସରକାରୀ ଛୁଟିରେ ପରିଣତ ହେବ । ଏହାଛଡ଼ା ଗ୍ରେସ୍ ମୈଙ୍ଗ କହିଛନ୍ତି, ନୁ୍ୟୟର୍କରେ କ୍ୱିଂସରେ ଦୀପାବଳି ସମାରୋହରେ ଅଦ୍ଭୁଦପୂର୍ବ ଭାବେ ପ୍ରତିବର୍ଷ ପାଳନ କରାଯାଉଛି । ଏହି ଦିନ ଆମେରିକାରେ ରହୁଥିବା ଲାକ୍ଷାଧିକ ଲୋକଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ଆମେରିକାକୁ ଶକ୍ତିଶାଳୀ ରାଷ୍ଟ୍ର ଗଢିବାରେ ବିବିଧ ଅନୁଭବ, ସଂସ୍କୃତି ଏବଂ ସମୁଦାୟଙ୍କ ସହଯୋଗ ରହିଛି । ନୁ୍ୟୟର୍କ ବିଧାନସଭା ସଦସ୍ୟ ଜେନିଫିର ରାଜକୁମାର କଂଗ୍ରେସ ସାଂସଦଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

Leave a Reply