ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଏବଂ ଅଷ୍ଟମ ଜାତୀୟ ପୋଷଣ ମାସର ଶୁଭାରମ୍ଭ 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଧାରଠାରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ (୧୭ ସେପ୍ଟେମ୍ବର-୨ ଅକ୍ଟୋବର ୨୦୨୫) ଏବଂ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସର (୧୭ ସେପ୍ଟେମ୍ବର-୧୬ ଅକ୍ଟୋବର ୨୦୨୫) ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ, ସାରା ଦେଶରେ ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା (ପିଏମଏମଭିୱାଇ) ଅଧୀନରେ ନଗଦ ସହାୟତା ବଣ୍ଟନ କରାଯାଇଛି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯାଉଛି, ଯାହା ସ୍ୱାସ୍ଥ୍ୟ ଏବଂ ପୋଷଣ ସେବାରେ ସମନ୍ୱୟ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ସ୍ପଷ୍ଟ କରେ।

କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇଙ୍କ ସହିତ ଛତିଶଗଡ଼ର ରାୟପୁରରୁ ଏକ ୱେବକାଷ୍ଟ ମାଧ୍ୟମରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନର ଶୁଭାରମ୍ଭ ସମାରୋହରେ ଯୋଗ ଦେଇଥିଲେ। ଅଭିଯାନର ପ୍ରତିନିଧିତ୍ୱ କରି କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଏକ ସୁସ୍ଥ ଓ ଅଧିକ ସଶକ୍ତ ସମାଜ ଗଠନ ପାଇଁ ସରକାରଙ୍କ ସଂକଳ୍ପକୁ ଦୋହରାଇଛନ୍ତି। ଏହି ଅବସରରେ, ରାୟପୁରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା।

ସେ ମହିଳା ଏବଂ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଲକ୍ଷ୍ମୀ ରାଜୱାଡେଙ୍କ ସହିତ ରାୟପୁରର ନିମୋରା ଗ୍ରାମରେ ଏକ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ, ସେ ମହିଳା ହିତାଧିକାରୀ ଏବଂ ଅଙ୍ଗନୱାଡି କର୍ମୀଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ସେମାନଙ୍କ ଅଭିଜ୍ଞତା ଶୁଣିଥିଲେ ଏବଂ ସେମାନଙ୍କ କଲ୍ୟାଣ ପାଇଁ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତା ବିଷୟରେ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ସେ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷା କାର୍ଯ୍ୟକଳାପର ସମୀକ୍ଷା କରିଥିଲେ ଏବଂ ମୁଖମଣ୍ଡଳ ଚିହ୍ନଟ ପ୍ରଣାଳୀର ପ୍ରଗତି ମୂଲ୍ୟାଙ୍କନ କରିଥିଲେ। ରାଜ୍ୟରେ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଦେଖିବାକୁ ମିଳିଛି।

ଏହି ଅବସରରେ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ସଶକ୍ତିକରଣ ଏକ ଜାତୀୟ ପ୍ରାଥମିକତା ପାଲଟିଛି। ସଚେତନତା କିମ୍ବା ସମ୍ବଳର ଅଭାବରୁ ଜଣେ ବି ମହିଳା ପୀଡିତ ହେବା ଉଚିତ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।। ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମାଧ୍ୟମରେ ଆଜି ସାରା ଦେଶରେ ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ନିକଟକୁ ପାଣ୍ଠି ହସ୍ତାନ୍ତର କରାଯିବା ଖୁସିର ବିଷୟ। ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଏବଂ ଅଷ୍ଟମ ଜାତୀୟ ପୋଷଣ ମାସ ଏକ ସୁସ୍ଥ, ସଶକ୍ତ ଏବଂ ଅଧିକ ସମର୍ଥ ଭାରତ ଗଠନର ଏହି ସଂକଳ୍ପକୁ ସାକାର କରିବ। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ମହିଳା ଏବଂ ଶିଶୁ ସେମାନଙ୍କ ଲାଗି ଆବଶ୍ୟକ ପୋଷଣ ଏବଂ ଯତ୍ନ ଯେପରି ପାଇପାରିବେ ତାହା ଆମେ ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଆମେ ସୁନିଶ୍ଚିତ କରୁଛୁ ଯେ

ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ୨୦୪୭ ପାଇଁ ଏକ ସୁସ୍ଥ, ସଶକ୍ତ ସମାଜର ଦୃଷ୍ଟିକୋଣକୁ ସାକାର କରୁଛି। ଏହା ମହିଳା-କୈନ୍ଦ୍ରିକ ପ୍ରତିଷେଧକ ଯତ୍ନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏହି ଦୃଷ୍ଟିକୋଣକୁ ଆହୁରି ଆଗକୁ ବଢ଼ାଇ, ଅଷ୍ଟମ ଜାତୀୟ ପୋଷଣ ମାସ ଉତ୍ତମ ପୁଷ୍ଟିସାର, ପ୍ରାରମ୍ଭିକ ଶୈଶବ ଯତ୍ନ, ସ୍ଥାନୀୟ ଖାଦ୍ୟ ଏବଂ ଡିଜିଟାଲ୍ ସମନ୍ୱୟକୁ ପ୍ରୋତ୍ସାହିତ କରିଥାଏ। ଏହାମଧ୍ୟ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ପ୍ରସୂତି ଲାଭକୁ ଏକୀକୃତ କରିଥାଏ, ମହିଳାଙ୍କ ସ୍ୱାସ୍ଥ୍ୟକୁ ସୁଦୃଢ଼ ​​ପରିବାର ଏବଂ ଏକ ମଜବୁତ ​​ରାଷ୍ଟ୍ରର ମୂଳଦୁଆ ଭାବରେ ପୁନଃନିର୍ଦ୍ଧାରିତ କରିଥାଏ।

Leave a Reply

Your email address will not be published. Required fields are marked *