Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାର୍ଗବୀରେ ବୁଡ଼ିରହିଛି ପ୍ରାଚୀନ ମନ୍ଦିରର ଧ୍ୱଂସାବିଶେଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାର୍ଗବୀରେ ବୁଡ଼ିରହିଛି ପ୍ରାଚୀନ ମନ୍ଦିରର ଧ୍ୱଂସାବିଶେଷ

ପିପିଲି : ପିପିଲି ବ୍ଲକ୍ ମେଜିବେଗ୍ ଗାଁ ନିକଟ ଭାର୍ଗବୀ ନଦୀରେ ବୁଡ଼ିରହିଛି ପ୍ରାଚୀନ ମନ୍ଦିରର ଧ୍ୱଂସାବଶେଷ । ନଦୀରେ ପାଣି କମ୍ଥିବାରୁ ଏବେ ବଡ଼ ବଡ଼ ପଥରଖଣ୍ଡ ଦୃଶ୍ୟମାନ ହେଉଛି । ଏହା ପ୍ରାୟ ୭ଶହ ବର୍ଷ ତଳର ମନ୍ଦିର ବୋଲି ଆକଳନ କରାଯାଉଛି । ୧୩ଶହ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିରର ନିର୍ମାଣ କରାଯାଇଥିଲା ବୋଲି ବୋଲି ଗ୍ରାମର ପୁରୁଖା ବ୍ୟକ୍ତିମାନେ କହିଛନ୍ତି । ପ୍ରଳୟଙ୍କରୀ ବନ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଏହି ପ୍ରାଚୀନ ମନ୍ଦିର ନଦୀଗର୍ଭରେ ଲୀନ ହୋଇଯାଇଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି । ୫ବର୍ଷ ତଳେ ଗ୍ରାମବାସୀମାନେ ଉଦ୍ଧାର କରିଥିବା ନବଗ୍ରହ ମୂର୍ତ୍ତି ଏବେ ଶ୍ରୀଆଖଣ୍ଡଳମଣି ମନ୍ଦିରରେ ପୂଜା ପାଉଛନ୍ତି । ପୂର୍ବରୁ ପଥରର ବାଘ ମୂର୍ତ୍ତି ମଧ୍ୟ ଏଠାରୁ ଉଦ୍ଧାର ହୋଇଥିବା ଜଣାଯାଏ । ସେହିପରି ବଡ଼ବଡ଼ ଶିଳାଖଣ୍ଡ ଗ୍ରାମବାସୀ ଉଦ୍ଧାର କରି କୂଳକୁ ଆଣିଥିଲେ । ଗୋଟିଏ ଗୋଟିଏ ଶିଳାଖଣ୍ଡର ଓଜନ ୧୦ରୁ ୧୨ କ୍ୱିଣ୍ଟାଲ ହେବ ବୋଲି ଅନୁମାନ କରାଯାଉଛି । ଏହି ଶିଳାଗୁଡ଼ିକରେ ମନ୍ଦିରର କାରୁକାର୍ଯ୍ୟ ଖୋଦେଇ ହୋଇଛି । ଭାର୍ଗବୀ ନଦୀର ଏହି ସ୍ଥାନରେ ପ୍ରାୟ ୨୦ ଫୁଟ୍ ଲମ୍ବ ଓ ୧୫ଫୁଟ ଚଉଡ଼ାରେ ଶିଳାଖଣ୍ଡଗୁଡ଼ିକ ବୁଡ଼ି ରହିଛି । ଭଗ୍ନ ମନ୍ଦିରର ମୂଳଦୁଆ ଦୃଶ୍ୟମାନ ହେଉନାହିଁ । ନିକଟରେ ନଦୀ ମଧ୍ୟରେ ଏକ କୂଅ ରହିଛି । ଯାହା ମାଟି ନନ୍ଦରେ ନିର୍ମାଣ ହୋଇଛି । ୫ବର୍ଷ ତଳେ ରାଜ୍ୟ ପ୍ରନôତତ୍ତ୍ୱ ବିଭାଗ ଏଠାକୁ ଆସି ତନଖି କରିଥିଲା, ହେଲେ ନଦୀରେ ଗଭୀର ପାଣିଥିବାରୁ ଫେରିଯାଇଥିଲା । ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ତକôାଳୀନ ମୋଗଲ ଶାସକ ତକୀ ଖାଁ ଏହି ମନ୍ଦିରକୁ ଭାଙ୍ଗି ଦେଇଥିଲେ ବୋଲି ଗ୍ରାମର କିଛି ପୁରୁଖା ବ୍ୟକ୍ତି ମତ ରଖିଛନ୍ତି । ତେବେ ରାଜ୍ୟ ସରକାର ତଥା ପ୍ରନôତତ୍ତ୍ୱ ବିଭାଗ ଭାର୍ଗବୀ ନଦୀଗର୍ଭରୁ ଏହି ଭଗ୍ନ ମନ୍ଦିରର ଧ୍ୱଂସାବଶେଷ ତଥା ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକୁ ଉଦ୍ଧାର କରି ସଂରକ୍ଷଣ କରିବା ସହ ତଥ୍ୟ ଅନୁସନ୍ଧାନ କଲେ ମନ୍ଦିର କିମ୍ବଦନ୍ତୀର ସୂଚନା ମିଳିପାରନ୍ତା ବୋଲି ମତପ୍ରକାଶ ପାଇଛି ।

Leave a Reply