ନେପାଳରେ ପୁଣି ହିନ୍ଦୁ ରାଜାଙ୍କ ଏଣ୍ଟ୍ରି । ୧୬ ବର୍ଷ ପରେ ପୁଣି ନେପାଳ ହେବ କି ହିନ୍ଦୁ ରାଷ୍ଟ୍ର ? ନେପାଳରେ ଯୋଗୀ ଆଦିତ୍ୟନାଥଙ୍କୁ ଦେଖି ବାମପନ୍ଥୀ ନେତା ଛାନିଆ । ସତ ହେବାକୁ ଯାଉଛି କି ଯୋଗୀଙ୍କ ଭବିଷ୍ୟବାଣୀ । ଜ୍ଞାନେନ୍ଦ୍ର ଶାହ ପୁଣି ହେବେ କି ନେପାଳର ରାଜା । ଆଉ ଏହାରି ଭିତରେ ନେପାଳରେ ଯୋଗୀଙ୍କ ଫଟୋ କାହିଁକି ଲାଗୁଛି ?
ଏମିତି କିଛି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଭିନ୍ନ ଜାତୀୟ ଗଣମାଧ୍ୟମ ମଧ୍ୟ ଏନେଇ ଖବର ପ୍ରସାରଣ କରିଛନ୍ତି । ହେଲେ ଏହା କେତେ ସତ କେତେ ମିଛ ? ଆସନ୍ତୁ ଜାଣିବା ଏହି ଭିଡିଓରେ…
ଭାଇରାଲ ହେଉଥିବା ଏକ ଫଟୋକୁ ନେଇ ଖବର ସୃଷ୍ଟି ହୋଇଛି । ତାହା ହେଲା…
ବାମପନ୍ଥୀ ନେତାମାନେ ନେପାଳ ଲୋକଙ୍କୁ ଉସକାଇ ଯେଉଁ ରାଜାଙ୍କୁ ଦିନେ ହଟେଇଥିଲେ, ଏବେ ସେହି ରାଜାଙ୍କ ପାଇଁ ପୁଣି ନାରା ଦେଲେଣି ଜନତା । କହୁଛନ୍ତି ଆମ ରାଜା ଆସିଗଲେ, ଏବେ ମହଲ ଖାଲି କର । ନେପାଳରେ ୧୬ ବର୍ଷ ପରେ ହିନ୍ଦୁ ରାଜାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ଆଉ ଏହି ସମୟରେ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଦେଖିବାକୁ ମିଳିଛି । ଯୋଗୀଙ୍କ ଫଟୋ ନେପାଳରେ କାହିଁକି ? ସେଠି ତାଙ୍କର କାମ କ’ଣ ? ଏମିତି କିଛି ପ୍ରଶ୍ନ ଭିତରେ ବାମପନ୍ଥୀ ନେତାଙ୍କ ମୁଣ୍ଡ ଚକ୍କର ଖାଉଥିବା କୁହାଯାଉଛି ।
ଫ୍ୟାକ୍ଟ ଚେକ୍ରୁ ଜଣାପଡ଼ିଛି ଏହି ଫଟେ ଏବେର ନୁହେଁ । ମାର୍ଚ୍ଚ ୯ ତାରିଖରେ ଜଣେ ବ୍ୟକ୍ତି ଏହି ଫଟୋ ସେୟାର କରିଥିଲେ । କିନ୍ତୁ ଏବେ ନେପାଳ ସ୍ଥିତି ଭଲ ନଥିବା ବେଳେ ସେହି ଫଟୋକୁ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରିଛନ୍ତି । ସେହି ଫଟୋ ସହ ନେପାଳ ସତ୍ତା ପରିବର୍ତ୍ତନ କିମ୍ବା ନେପାଳରେ ଯୋଗୀଙ୍କ ରାଜନୀତିର କିଛି ସମ୍ପର୍କ ନାହିଁ ବୋଲି ଜଣାପଡ଼ିଛି ।
ତେବେ ଏହି ଫଟୋ ପଛର କାହାଣୀ ହେଲା…
ଜ୍ଞାନେନ୍ଦ୍ର ଶାହ ଓ ଯୋଗୀଙ୍କ ମଧ୍ୟରେ ରହିଛି ଗଭୀର ସମ୍ପର୍କ । ଉଭୟଙ୍କ ସମ୍ପର୍କ ବହୁ ପୁରୁଣା । କାରଣ ଯୋଗୀ ଯେଉଁ ଗୋରଖନାଥ ମଠର ମହନ୍ତ, ସେହି ମଠ ସହ ନେପାଳ ରାଜପରିବାରର ରହିଛି ପରୁଣା ସମ୍ପର୍କ । ନେପାଳର ରାଜପରିବାର ନିଜକୁ ଗୋରଖନାଥ ସମ୍ପ୍ରଦାୟ ସହ ଯୋଡ଼ିଥାନ୍ତି । ନେପାଳର ପୂର୍ବତନ ରାଜା ବିରେନ୍ଦ୍ର ଶାହ, ଗୋରଖନାଥ ମଠରେ ମକର ସଂକ୍ରାନ୍ତି ଅବସରରେ ବିଶେଷ ପୂଜା କରୁଥିଲେ । କାରଣ ସିଏମ୍ ଯୋଗୀଙ୍କ ଗୁରୁ… ମହନ୍ତ ଅଭୟନାଥ, ରାଜା ବିରେନ୍ଦ୍ରଙ୍କ ଆଧ୍ୟାତ୍ମିକ ମାର୍ଗଦର୍ଶକ ଥିଲେ ।
ତେବେ ୧୬ ବର୍ଷ ପୂର୍ବରୁ ନେପାଳ ଏକମାତ୍ର ହିନ୍ଦୁ ରାଷ୍ଟ୍ର ଥିଲା । ୨୦୦୮ ପର୍ଯ୍ୟନ୍ତ ଜ୍ଞାନେନ୍ଦ୍ର ଶାହ ନେପାଳର ରାଜା ଥିଲେ । କିନ୍ତୁ ଗୋଟିଏ ମାଓବାଦୀ ଆନ୍ଦୋଳନ ଏବଂ କମ୍ପ୍ୟୁନିଷ୍ଟ କ୍ରାନ୍ତି ଯୋଗୁଁ ଭାରତର ଏହି ପଡ଼ୋଶୀ ଦେଶରେ ସତ୍ତା ପରିବର୍ତ୍ତନ ହୋଇଥିଲା । ଆଉ ତାପରେ ଜ୍ଞାନେନ୍ଦ୍ର ଶାହଙ୍କୁ ସିଂହାସନ ଖାଲି କରିବାକୁ ପଡ଼ିଥିଲା । ଏହାଦ୍ୱାରା ବିଶ୍ୱର ଶେଷ ହିନ୍ଦୁ ରାଷ୍ଟ୍ରର ବି ଆଉ ରହିଲା ନାହିଁ ।
୨୦୦୮ରେ ଯେତେବେଳେ ନେପାଳକୁ ହିନ୍ଦୁ ରାଷ୍ଟ୍ରରୁ ହଟାଇ ଦିଆଗଲା, ସେତେବେଳେ ଭାରତରେ କଂଗ୍ରେସର ଶାସନ ଚାଲିଥିଲା । ସେତେବେଳେ ଯୋଗୀ ଆଦିତ୍ୟନାଥ ଏକମାତ୍ର ଚେହେରା, ଯିଏକି ସାଂସଦ ହୋଇଥିଲେ ସୁଦ୍ଧା ନେପାଳରେ ହିନ୍ଦୁଙ୍କ ପାଇଁ ଲଢ଼ୁଥିଲେ ।
କିଛି ମାସ ପୂର୍ବରୁ ନେପଳ ରାଜା ଜ୍ଞାନେନ୍ଦ୍ର ଶାହ ଯେତେବେଳେ କାଠମାଣ୍ଡୁ ଫେରିଥିଲେ, ସେତେବେଳେ ତାଙ୍କ ସ୍ୱାଗତ ପାଇଁ ଜନସମୁଦ୍ର ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ରାଜାଙ୍କ ସମର୍ଥନରେ ଏକ ବିଶାଳ ରାଲି ମଧ୍ୟ ଆୟୋଜନ କରିଥିଲେ ସମର୍ଥକ । ଏହି ରାଲିରେ ନେପାଳକୁ ପୁଣିଥରେ ହିନ୍ଦୁ ଦେଶ ଓ ରାଜା ଶାସନ ପାଇଁ ଦାବି ଉଠିଲା । କିନ୍ତୁ ଏହି ରାଲିରେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇଥିଲା । ଏହି ରାଲିରେ ଯୋଗୀ ଆଦିତ୍ୟନାଥଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା । ଯେଉଁଥିରେ ଯେଗୀଙ୍କ ସନ୍ଦେଶ ଲେଖାଯାଇଥିଲା, ‘ରାଜତନ୍ତ୍ର ପୁଣି ସ୍ଥାପନ କରାଯାଉ’ ।
୨୦୦୮ ପର୍ଯ୍ୟନ୍ତ ନେପାଳ ହିନ୍ଦୁ ଦେଶ ଥିଲା । ପରେ ଏହାକୁ ଧର୍ମ ନିରେପେକ୍ଷ ରାଷ୍ଟ୍ର ଭାବେ ଘୋଷଣା କରାଗଲା । ସେହି ସମୟରେ ଯୋଗୀ ଏହାକୁ ବିରୋଧ କରିଥିଲେ । ଆଉ ନେପାଳକୁ ହିନ୍ଦୁ ରାଷ୍ଟ୍ର ପାଇଁ ସମର୍ଥନ କରିଥିଲେ ।
୨୦୧୭ରେ ନେପାଳରେ ଆୟୋଜିତ ହିନ୍ଦୁ ମହାସମ୍ମେଳନ ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରିଥିଲେ ପୂର୍ବ ରାଜା ଜ୍ଞାନେନ୍ଦ୍ର ଶାହ । ୨୦୧୫ରେ ନେପାଳ ଭୂ-କମ୍ପ ପରେ ଗୋରଖନାଥ ମଠ ସାହାଯ୍ୟର ହାତ ବଢ଼ାଇଥିଲା । ଅନେକ ମନ୍ଦିର ଗୁଡ଼ିକର ପୁନଃ ନିର୍ମାଣ ପାଇଁ ମଧ୍ୟ ସହଯୋଗ କରିଥିଲା । ଭାରତରେ ଯୋଗୀ ଆଦିତ୍ୟନାଥ ହିନ୍ଦୁ ରାଷ୍ଟ୍ରବାଦଙ୍କ ମଧ୍ୟରେ ଏକ ପ୍ରମୁଖ ଚେହେରା । ନେପାଳର ରାଜା ଜ୍ଞାନେନ୍ଦ୍ର ଶାହ ଏବଂ ଯୋଗୀଙ୍କ ମଧ୍ୟରେ ଅନେକ ଥର ଭେଟ ହୋଇଛି ।
ଅନ୍ୟପଟେ କେବଳ ଭାରତ ନୁହେଁ… ସାରା ବିଶ୍ୱରେ ଚର୍ଚ୍ଚା ହୁଏ ମୋଦିଙ୍କ ପରେ ଯୋଗୀ ହେବେ ଭାରତର ପ୍ରଧାନମନ୍ତ୍ରୀ । ଏହି କାରଣରୁ ହିଁ ନେପାଳରେ ରହୁଥିବା ୮୦ ପ୍ରତିଶତ ହିନ୍ଦୁଙ୍କୁ ଅନୁଭବ ହେଉଛି.. ଯଦି ଭାରତରେ ଯୋଗୀ ପ୍ରଧାନମନ୍ତ୍ରୀ ହେଉଛନ୍ତି, ତେବେ ନେପାଳର ଭାଗ୍ୟ ବଦଳିପାରିବ । ରାଜତନ୍ତ୍ର ଆସୁ କି ନଆସୁ, ହିନ୍ଦୁ ରାଷ୍ଟ୍ର ପାଇଁ ଯୋଗୀ ନିଶ୍ଚୟ ସାହାଯ୍ୟ କରିବେ ।
୨୦୦୮ରେ କଟ୍ଟରପନ୍ଥୀ ଏବଂ ବାମପନ୍ଥୀ ମିଶି ଷଡ୍ଯନ୍ତ୍ର କରି ହିନ୍ଦୁରାଷ୍ଟ୍ରକୁ ଶେଷ କରିଥିଲେ । କିନ୍ତୁ ହିନ୍ଦୁ ରାଷ୍ଟ୍ର ମାନ୍ୟତା ହଟିବା ପରେ ଗତ ୧୬ ବର୍ଷ ମଧ୍ୟରେ ୧୩ ଥର ସରକାର ବଦଳିସାରିଲାଣି । ଅର୍ଥାତ ନେତାମାନେ କେବଳ ନିଜର ଟ୍ରେଜେରୀ ଫୁଲ କରୁଛନ୍ତି ଆଉ ନିଜେ ମଉଜ କରୁଛନ୍ତି । ଦେଶ ପାଇଁ ତାଙ୍କର ଚିନ୍ତା ନାହିଁ । ଏହି କାରଣରୁ ନେପାଳୀଙ୍କୁ ଅନୁଭବ ହେଲାଣି, ୨୦୦୮ ପୂର୍ବରୁ ଦେଶରେ ଯେଉଁଭଳି ସ୍ଥିତି ରହିଥିଲା ତାହା ଅତ୍ୟନ୍ତ ଭଲ ଥିଲା ।