‘ଜ୍ଞାନ ଭାରତମ୍ ମିଶନ’ ଆରମ୍ଭ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ‘‘ଜ୍ଞାନ ଭାରତମ୍ ମିଶନ୍”ର ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀରେ ଖୁସି ବ୍ୟକ୍ତ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଏହା ଅତ୍ୟନ୍ତ ଆନନ୍ଦର ବିଷୟ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟି ସହିତ ଆରମ୍ଭ ହୋଇଥିବା ‘ଜ୍ଞାନ ଭାରତମ୍ ମିଶନ’ ର ପ୍ରଥମ ଆନ୍ତର୍ଜାତୀୟ ସମ୍ମିଳନୀ ଭାରତର ଜ୍ଞାନ, ବିଜ୍ଞାନ, ପାଣ୍ଡୁଲିପି, ଭୁଜ ପତ୍ର, ତାମ୍ର ପତ୍ର, ଶିଳାଲେଖ ଏବଂ ରେକର୍ଡରେ ସଂଗୃହିତ ଅନୁସନ୍ଧାନକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ପାଇଁ ନୂଆଦିଲ୍ଲୀରେ ଆୟୋଜିତ ହେଉଛି। ସେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ବିଶ୍ୱର ସମୃଦ୍ଧ ଜ୍ଞାନ ପରମ୍ପରା ସହିତ ଜଡ଼ିତ ବିଦ୍ୱାନ, ଗବେଷକ ଏବଂ ଯୁବକମାନଙ୍କୁ ଏକ ସାଧାରଣ ମଞ୍ଚ ପ୍ରଦାନ କରୁଛି। ଶ୍ରୀ ଶାହ କହିଥିଲେ ଯେ ‘ଜ୍ଞାନ ଭାରତମ୍ ମିଶନ’ ୪୮୩ କୋଟି ଟଙ୍କା ବ୍ୟୟରେ ସାରା ଦେଶରେ ୧ କୋଟିରୁ ଅଧିକ ପାଣ୍ଡୁଲିପିର ସର୍ଭେ, ଡକ୍ୟୁମେଣ୍ଟିଂ ଏବଂ ବିଶ୍ଳେଷଣ କରି ସମଗ୍ର ବିଶ୍ୱକୁ ଭାରତର ଅକଲ୍ପନୀୟ ଜ୍ଞାନ ଐତିହ୍ୟ ସହିତ ପୁଣି ଯୋଡ଼ିବା ପାଇଁ ଯାଉଛି।

Leave a Reply

Your email address will not be published. Required fields are marked *