Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ନୌସେନା ଆଉ ଏକ ରେକର୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ନୌସେନା ଆଉ ଏକ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଆଉ ଏକ ରେକର୍ଡ ସୃଷ୍ଟି କରିଛି । ଏମଆଇଜି ୨୯-କେ ଭାରତର ସ୍ୱଦେଶୀ ଯୁଦ୍ଧ ଜାହାଜ ବିକ୍ରାନ୍ତ ଉପରେ ସଫଳତାର ସହ ଅବତରଣ କରିଛି । ନୌସେନାର ଏହି ସଫଳତା, ଆତ୍ମନିର୍ଭରଶୀଳତାର ଏହି ବଡ଼ ପଦକ୍ଷେପ ଭାରତ ଅଗ୍ରଗତିର ଏକ ମାଇଲ ଖୁଣ୍ଟ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ତେଜସ ବିମାନ ଆଇଏନଏସ ବିକ୍ରାନ୍ତ ଉପରେ ସଫଳତାର ସହ ଅବତରଣ କରିଥିଲା । ଏହି ଅବତରଣ ଦିନରେ ହୋଇଥିଲା । ଏହା ବାଦ ୨୮ ମାର୍ଚ୍ଚରେ କାମୋଭ ୩୧ ହେଲିକେପ୍ଟର ମଧ୍ୟ ଆଇଏନଏସ ବିକ୍ରାନ୍ତ ଉପରେ ଅବତରଣ କରିଥିଲା । କୋଚିନ ସିପୟାର୍ଡରେ ନିର୍ମିତ ଆଇଏନଏସ ବିକ୍ରାନ୍ତର ଲମ୍ବ ୨୬୨ ମିଟର ଓ ଏହାର ମୋଟେଇ ୬୨ ମିଟର ଏବଂ ଏହାର ଉଚ୍ଚତା ୫୯ ମିଟର ଓ ଏହାର ବିମ ୬୨ ମିଟର । ଯୁଦ୍ଧ ଜାହାଜରେ ୧୭୦୦ରୁ ଅଧିକ କ୍ରୁ ମେମ୍ବର ରହିବା ପାଇଁ ୧୪ଟି ଗେଟ ଓ ୨୩୦୦ କମ୍ପାର୍ଟମେଣ୍ଟ ରହିଛି । ସେଥିରେ ମହିଳା ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର କ୍ୟାବିନ ମଧ୍ୟ ନିର୍ମାଣ କରାଯାଇଛି ।

Leave a Reply