ପଢେଗା ଭାରତ, ବଢେଗା ଭାରତ । ପଢେ ଭାରତ, ଜାନେ ଭାରତ । ଶିକ୍ଷାମନ୍ତ୍ରଣାଳୟର ବଡ ପଦକ୍ଷେପ ପାଇଁ ବିଶ୍ୱ ଦରବାରରେ ପହଁଞ୍ଚିଲା ଦେଶର ଶିକ୍ଷା, ସଂସ୍କୁତି, ସାହିତ୍ୟ ଓ ଯୋଗର ଦମ୍ । ଭାରତୀୟ ପୁସ୍ତକଗୁଡ଼ିକର ଥିବା ବିଶେଷତା ଓ ପ୍ରତିଭାବାନ ଲେଖାଗୁଡ଼ିକୁ ବିଶ୍ୱରେ ପହଞ୍ଚାଇବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ ବୁକ୍ ଟ୍ରଷ୍ଟ(ଏନବିଟି) ଓ ଋଷ ସରକାରଙ୍କ ଋଷରେ ଆୟୋଜିତ “ମସ୍କୋ ଅନ୍ତର୍ଜାତୀୟ ।
ଶିଶୁ କାହାଣୀଠାରୁ ଆରମ୍ଭ କରି ଭାରତର ମହାନ ଚିନ୍ତାନାୟକଙ୍କ ଉପରେ ୨୨ଟି ଏନବିଟି ଶୀର୍ଷକ ରୁଷୀୟ ଭାଷାରେ ଅନୁବାଦ କରାଯାଇଥିଲା, ଯାହା ଭାରତ ପାଭିଲିୟନର ପ୍ରମୁଖ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିରେ ପ୍ରମୁଖ ବିଷୟବସ୍ତୁ ଥିଲା ରବୀନ୍ଦ୍ରନାଥ ଟାଗୋର : ଫିଲୋସୋଫି ଅଫ୍ ଏଜୁକେସନ ଆଣ୍ଡ୍ ପେଣ୍ଟିଂ, ଅରବନ୍ଦ ଫର୍ ୟଙ୍ଗ୍, ବୁଦ୍ଧ ଫର୍ ଦ ୟଙ୍ଗ୍, ଏ ସିମ୍ପୁଲ ଲାଇଫ୍ ଅଫ ସ୍ୱାମୀ ବିବେକାନନ୍ଦ ଏବଂ ଗାନ୍ଧୀ ଇଣ୍ଡିଆ : ୟୁନିଟି ଇନ୍ ଡାଇଭରସିଟି ଏବଂ ଅନେକ ମନୋରମ ଶିଶୁ ପୁସ୍ତକ ସ୍ଥାନ ପାଇଥିଲା । ହିନ୍ଦୀକୁ ଋଷ ଭାଷାରେ ଅନୁବାଦ କରିବାର ଭାଷାକୋଷ ମଧ୍ୟ ଉନ୍ମୋଚନ ହୋଇଥିଲା ।
ବିଶିଷ୍ଟ ଲେଖକ, ବୁଦ୍ଧିଜୀବୀ ଏବଂ ସାଂସ୍କୃତିକ ବ୍ୟକ୍ତି ତଥା ଅକ୍ଷତ ଗୁପ୍ତା, ଜୟା ମେହେଟା, ମୋହିତ ସୁନେଜା, ଦୀପକ କୁମାର ପଣ୍ଡା, ଆଚାର୍ଯ୍ୟ ବାଲକ୍ରୀଷ୍ଣା, କୁମୁଦ ଶର୍ମା, ଅନିଲ ଜାଙ୍କାର, ସୋନୁ ସାଇନି ଏବଂ ପ୍ରବିଂଶ ସିଂ ସୋଲାଙ୍କି ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶାର ବରିଷ୍ଠ ସାହିତ୍ୟିକ କାଳନ୍ଦୀ ଚରଣ ସାମଲ ମଧ୍ୟ ଏଥିରେ ଯୋଗଦେଇଥିଲେ । ଏହି ପୁସ୍ତକ କେବଳ ଏକ ସାହିତ୍ୟିକ ପ୍ରଦର୍ଶନୀ ନଥିଲା ବରଂ ପୁସ୍ତକ, ଜ୍ଞାନ ଏବଂ ସୃଜନଶୀଳତା ମାଧ୍ୟମରେ ଭାରତ-ରୁଷ ସମ୍ପର୍କକୁ ମଜଭୂତ୍ କରିଛି । ବିଦେଶ ମାଟିରେ ଭାରତ ଏପରି ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲେଖକ, ପ୍ରକାଶକ ଓ ସାହିତ୍ୟିକମାନେ ଧନ୍ୟବାଦ ଜଣାଇଛନ୍ତି ।