Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂକଟରେ ଜର୍ମାନୀର ଅର୍ଥନୀତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂକଟରେ ଜର୍ମାନୀର ଅର୍ଥନୀତି

ବର୍ଲିନ : କରୋନା ମହାମାରୀ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱର ଅର୍ଥନୀତି ଏକ ବଡ଼ ମାନ୍ଦାବସ୍ଥା ଆଡ଼କୁ ଗତିକରୁଛି । ବିଶ୍ୱର ପ୍ରମୁଖ ଅର୍ଥନୀତିଗୁଡ଼ିକ ଏବେ ଚାପରେ ରହିଛନ୍ତି । ଆମେରିକା ପରେ ଏବେ ବିଶ୍ୱର ୪ର୍ଥ ବୃହତ୍ତମ ଅର୍ଥନୀତି ଜର୍ମାନୀ ଏବେ ସଂକଟର ସମ୍ମୁଖୀନ ହେଉଛି । ଜର୍ମାନୀର ପରିସଂଖ୍ୟାନ କାର୍ଯ୍ୟାଳୟରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ତ୍ରୟମାସରେ ଜର୍ମାନୀର ଜିଡିପି ୦.୩% ହ୍ରାସ ପାଇଛି । ସେହିପରି ୨୦୨୨ ବର୍ଷର ଚତୁର୍ଥ ତ୍ରୟମାସ ଅର୍ଥାତ୍ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଜର୍ମାନୀର ଜିଡିପି ୦.୫% ହ୍ରାସ ପାଇଛି । ଜର୍ମାନିରେ ମାନ୍ଦାବସ୍ଥା କାରଣରୁ ୟୁରୋ ଦୁର୍ବଳ ହୋଇଛି ଓ ଡଲାର ମଝବୁତ ହୋଇଛି । ଆମେରିକାର ଋଣ ଖିଲାପି ବା ଡିଫଲ୍ଟକୁ ନେଇ ଚିନ୍ତା ବଢ଼ୁଥିବାରୁ ସୁରକ୍ଷିତ ଆଶ୍ରୟସ୍ଥଳୀର ଚାହିଦା ଯୋଗୁଁ ଲୋକମାନେ ଡଲାରର କିଣୁଛନ୍ତି । ଏହି କାରଣରୁ ଡଲାର ମଜବୁତ ହୋଇଛି । ଜର୍ମାନୀର ପରିସଂଖ୍ୟାନ କାର୍ଯ୍ୟାଳୟ କହିଛି ଯେ ପ୍ରାୟ ସବୁ କ୍ଷେତ୍ରରେ ସାଧାରଣ ନାଗରିକମାନେ ନିଜର ବ୍ୟୟ କମାଇଛନ୍ତି । ଖାଦ୍ୟ ଓ ପାନୀୟ, ପୋଷାକ ଏବଂ ଜୋତା ସହିତ ସାଜସଜ୍ଜା ପାଇଁ ମଧ୍ୟ ପରିବାରଗୁଡ଼ିକ କମ୍ ଖର୍ଚ୍ଚ କରୁଛନ୍ତି । କେବଳ ଏତିକି ନୁହେଁ ପ୍ରୋତ୍ସାହନ କମ୍ ଥିବାରୁ ଲୋକମାନେ କମ୍ ଇଲେକ୍ଟ୍ରିକ୍ କାର୍ ମଧ୍ୟ କିଣୁଛନ୍ତି । ଆମେରିକା ଓ ଜର୍ମାନୀ ପରି ବୃହତ୍ ଅର୍ଥନୀତିଗୁଡ଼ିକରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ପଡ଼ିବା ଆଶଙ୍କା କରାଯାଉଛି ।

Leave a Reply