Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କର୍ଣ୍ଣାଟକାର ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡିଲାଣି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କର୍ଣ୍ଣାଟକାର ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡିଲାଣି

ନୂଆଦିଲ୍ଲୀ: କର୍ଣ୍ଣାଟକାର ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡିଲାଣି ା ସେଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ପରିଧାନ ଉପରେ ଲାଗିଥିବା ବ୍ୟାନକୁ ହଟାଇବା ପାଇଁ କଂଗ୍ରେସ ସରକାର ବିଚାର କରୁଛନ୍ତି । ପୂର୍ବ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ ପ୍ରି-ୟୁନିଭର୍ସିଟିରେ ହିଜାବକୁ ବ୍ୟାନ କରିଥିଲା । ଏବେ କଂଗ୍ରେସ କ୍ଷମତାକୁ ଫେରିଥିବାରୁ ଦଳ ଏହାକୁ ଉଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି । ବରିଷ୍ଠ ମନ୍ତ୍ରୀ ପ୍ରିୟଙ୍କ ଖଡଗେ କହିଛନ୍ତି ଯେ, ‘ଆମେ ଆମ ନିର୍ବାଚନୀ ଇସ୍ତାହାରରେ କର୍ଣ୍ଣାଟକାକୁ ସ୍ୱର୍ଗରେ ପରିଣତ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲୁ । ଯଦି ରାଜ୍ୟର ଶାନ୍ତି ଶୃଙ୍ଖଳାକୁ କେହି ବି ପ୍ରଭାବିତ କରନ୍ତି, ତା’ହେଲେ ବଜରଙ୍ଗ ଦଳ ହେଉ କିମ୍ବା ସଂଘ ପରିବାର ସହ ଜଡ଼ିତ ଯେକୌଣସି ସଂଗଠନକୁ ବ୍ୟାନ କରିବାକୁ ଆଦୌ ପଛାଇବୁ ନାହିଁ । ଆମେ ହିଜାବକୁ ନେଇ ଦିଆଯାଇଥିବା ନିଦେ୍ର୍ଦଶ, ପାଠ୍ୟପୁସ୍ତକର ରିଭିଜନ, କଂସେଇ ଖାନା ଓ ଧର୍ମାନ୍ତୀକରଣ ବିରୋଧୀ ଭଳି ଆଇନର ସମୀକ୍ଷା କରିବୁ । ଯଦି କୌଣସି ଆଇନ ସାଂପ୍ରଦାୟିକ, ଆଇନ ବିରୋଧୀ ଓ ସାମାଜିକ ଭାଇଚାରାକୁ ପ୍ରଭାବିତ କରୁଥିବ, ତା’ହେଲେ ଆମେ ସେଗୁଡ଼ିକୁ ଉଚ୍ଛେଦ କରିବୁ । ବିଜେପି ସରକାର ଲାଗୁ କରିଥିବା ଯେଉଁ ସବୁ ଆଇନ ଅସାମ୍ବିଧାନିକ, ଯେଉଁ ଆଇନ ଲୋକଙ୍କ ଅଧିକାରକୁ ଉଲ୍ଲଂଘନ କରୁଥିବ ଓ ରାଜ୍ୟର ଛବିକୁ ମଳିନ କରୁଥିବ, ସେ ସବୁର ସମୀକ୍ଷା କରାଯିବ ।

Leave a Reply