ଖଲିସ୍ତାନୀ ଆତଙ୍କବାଦୀଙ୍କ । ଯିଏ ଭାରତରେ ସୃଷ୍ଟି କରିଥାନ୍ତି ଅରାଜକତା । ବିଦେଶରୁ ଟଙ୍କା ପାଇ ଭାରତରେ କରିଥାନ୍ତି ଉତ୍ପାତ । ଦଙ୍ଗା କରନ୍ତି, ଆନ୍ଦୋଳନ ବି କରନ୍ତି । ହିଂସାତ୍ମକ କାଣ୍ଡ ବି ଭିଆନ୍ତି । ସେମାନଙ୍କ ଉଦେଶ୍ୟ… ଭାରତରୁ ପଞ୍ଜାବକୁ ଅଲଗା କରି, ଗଠନ କରିବେ ନିଜର ସ୍ୱତନ୍ତ୍ର ରାଜ୍ୟ । ଆଉ ଭାରତକୁ କରିବେ ଦୁର୍ବଳ ।
ସବୁଠାରୁ ବଡ଼ କଥା ହେଲା, ଏହି ଖଲିସ୍ତାନୀ ଆତଙ୍କବାଦୀଙ୍କୁ କାନାଡ଼ାରୁ ଫଣ୍ଡିଂ କରାଯାଏ ବୋଲି ଭାରତ ବହୁ ପୂର୍ବରୁ ଅଭିଯୋଗ କରି ଆସୁଥିଲା । ହେଲେ ଏକଥାକୁ କାନାଡ଼ା କେବେ ବି ସ୍ୱୀକାର କରୁନଥିଲା । କିନ୍ତୁ ଏବେ ଏକ ସରକାରୀ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ୱୀକାର କରାଯାଇଛି ଯେ କାନାଡ଼ା ଏହି ଆତଙ୍କାବଦୀ ସଂଗଠନକୁ ଫଣ୍ଡିଂ କରେ । ଆଉ ତାହା ପୁଣି ଭାରତରେ ବିଶୃଙ୍ଖଳା ଘଟାଇବା ପାଇଁ । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ସବୁଠି ଖଲିସ୍ତାନୀ ଆତଙ୍କବାଦୀ ଓ କାନାଡ଼ା ସରକାରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏହି ଆତଙ୍କବାଦୀ ସଂଗଠନକୁ କେବଳ ଯେ କନାଡ଼ା ସରକାର ଫଣ୍ଡିଂ କରନ୍ତି ତା ନୁହେଁ.. ଅନ୍ୟ ଦେଶମାନେ ମଧ୍ୟ ଦଙ୍ଗା ପାଇଁ ଟଙ୍କା ଦିଅନ୍ତି । କାନାଡ଼ା ସରକାରଙ୍କ ରିପୋର୍ଟରେ ଏହାକୁ ପରୋକ୍ଷରେ ସ୍ୱୀକାର କରାଯାଇଛି । ଏଥିରେ କୁହାଯାଇଛି ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ଏବେ ବି ସରକାରୀ ଫଣ୍ଡ ସଂଗ୍ରହ କରିବାରେ ସକ୍ରିୟ ରହିଛି । ପୂର୍ବରୁ ଏମାନଙ୍କର ଏକ ବଡ଼ ଫଣ୍ଡ ରେଜିଂ ନେଟ୍ଓ୍ୱାର୍କ କାମ କରୁଥିଲା । କିନ୍ତୁ ଏବେ ଏହାର ପରିଧି ହ୍ରାସ ପାଇଛି । ଏବେ କେବଳ କିଛି ନିର୍ଦ୍ଧିଷ୍ଟ ସଂସ୍ଥା ଓ ବ୍ୟକ୍ତିମାନେ ଏହି ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଅଛନ୍ତି ଆଉ ପଣ୍ଡିଂ କରୁଛନ୍ତି । ଏମାନେ ଖଲିସ୍ତାନୀ ଆନ୍ଦୋଳନ ସହ ଜଡ଼ିତ, କିନ୍ତୁ ଅନ୍ୟ କୌଣସି ବିଶେଷ ସଂଗଠନ ସହ ଏମାନେ ଜଡ଼ିତଥିବା ନଜର ଆସନ୍ତି ନାହିଁ । ଏମାନଙ୍କୁ ଯେଉଁ ଆର୍ଥୀକ ସହାୟତା ମିଳେ, ସେଥିରୁ ହିଁ ସଂଗଠନ ବଞ୍ଚି ରହେ ।