ନୂଆଦିଲ୍ଲୀ: ବର୍ଷା, ବନ୍ୟାରେ ଛଟପଟ ଉତ୍ତର ଭାରତ । କେଉଁଠି ଭୂସ୍ଖଳନ ତ ଆଉ କେଉଁଠି ବାଦଲ ଫଟା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଖି ପାଉଥିବା ଯାଏଁ ଖାଲି ପାଣି ଆଉ ପାଣି । ପାଣି ଭିତରେ ମଣିଷ ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ ବଢ଼ି ପାଣିରେ ସେନା ଦେଖାଇଛି ଶକ୍ତି । ଭରା ନଦୀର ସ୍ରୋତ ଚିରି ସେନାର ଡ୍ରୋନ୍ ଉଦ୍ଧାର କରିଛି ଯୁବକଙ୍କୁ ।
ଏହା ସମ୍ଭବ ହୋଇଛି ରାଜସ୍ଥାନରେ । ଉଦୟପୁରର ଆୟଦ ନଦୀ ମଝିରେ ଫସି ରହିଥିବା ଯୁବକଙ୍କୁ ଡ୍ରୋନ୍ ଯୋଗେ ଉଦ୍ଧାର କୂଳକୁ ଆଣିଛି ଭାରତୀୟ ସେନାର ଆକ୍ସେ ଡିଭିଜନ ।