ଆସିଲା କ୍ୟାନ୍ସର ଟିକା । ଋଷିଆର କର୍କଟ ଟିକା ପ୍ରିକ୍ଲିନିକାଲ୍ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି ଏବଂ ଅନୁମୋଦନ ଅପେକ୍ଷାରେ ଅଛି । ଏହି ଟିକା କୋଲୋରେକ୍ଟଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି ।
୩ ବର୍ଷ ଧରି କରାଯାଇଥିବା ପରୀକ୍ଷଣଗୁଡ଼ିକ ଏହାର ସୁରକ୍ଷା ଏବଂ ପ୍ରଭାବକୁ ନିଶ୍ଚିତ କରିଛି । ଏହି ସୂଚନା ରୁଷିଆର ଫେଡେରାଲ୍ ମେଡିକାଲ୍ ଏବଂ ବାୟୋଲୋଜିକାଲ୍ ଏଜେନ୍ସିର ମୁଖ୍ୟ ଭେରୋନିକା ସ୍କୋଭର୍ଟସୋଭା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଟିକା ଉପରେ ଗବେଷଣା ବହୁ ବର୍ଷ ଧରି କରାଯାଇଥିଲା ଏବଂ ଏହାର ପ୍ରିକ୍ଲିନିକାଲ୍ ପରୀକ୍ଷଣ ୩ ବର୍ଷ ଧରି କରାଯାଇଥିଲା ।
ଭେରୋନିକା କହିଛନ୍ତି ଯେ ଟିକା ବ୍ୟବହାର ପାଇଁ ପ୍ରସ୍ତୁତ ଆମେ ସରକାରୀ ଅନୁମୋଦନ ପାଇଁ ଅପେକ୍ଷା କରିଛୁ । ବାରମ୍ବାର ବ୍ୟବହାର ପରେ ମଧ୍ୟ ଟିକାର ପ୍ରଭାବ ବହୁତ ଭଲ ଥିଲା । ଗବେଷକମାନେ ଟ୍ୟୁମର ଆକାରରେ ୬୦% ରୁ ୮୦% ହ୍ରାସ ଦେଖିଛନ୍ତି। ଟିକାର ପ୍ରାରମ୍ଭିକ ଲକ୍ଷ୍ୟ କୋଲୋରେକ୍ଟଲ୍ କର୍କଟ ହେବ। ଏହାଛଡା ଗ୍ଲିଓବ୍ଲାଷ୍ଟୋମା ଏବଂ ବିଭିନ୍ନ ପ୍ରକାରର ମେଲାନୋମା ପାଇଁ ଟିକା ବିକାଶ କରିବାରେ ମଧ୍ୟ ଭଲ ପ୍ରଗତି ହୋଇଛି।