Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଘର ଉପରେ ବୁଲଡୋଜର ଚଢାଇ ଭାଙ୍ଗିଲେ ପରେ ଜମିଦେଲେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଘର ଉପରେ ବୁଲଡୋଜର ଚଢାଇ ଭାଙ୍ଗିଲେ ପରେ ଜମିଦେଲେ

ଜୟପୁର : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପାକିସ୍ତାନ ପ୍ରବାସୀଙ୍କୁ କରିଥିବା ସାହାଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି । ରାଜସ୍ଥାନର ଜୈସଲମେର ଜିଲ୍ଲାର ଜିଲ୍ଳାପାଳ ଭାବେ କାମ କରୁଥିବା ଆଇଏଏସ୍ ଟିନା ଡାବି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଘର ଉପରେ ବୁଲଡୋଜର ଚଢାଇ ଭାଙ୍ଗିଦେବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଳାପାଳଙ୍କ ନିର୍ଦେଶ ପରେ ୫୦ରୁ ଅଧିକ ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଛି । ସେମାନେ ସରକାରୀ ଜମି ଉପରେ ଅସ୍ଥାୟୀ ଭାବେ ଘର ତିଆରି କରିଥିଲେ । ଫଳରେ ୧୫୦ରୁ ଅଧିକ ଲୋକ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହୋଇଥିଲେ । ଏହି ଘଟଣା ପରେ ଟିନା ଡାବିଙ୍କୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଏଥିସହିତ ଭାଜପା ସମେତ କଂଗ୍ରେସ ନେତା ବି ଏହି ପଦକ୍ଷେପକୁ ବିରୋଧ କରିଥିଲେ । ତେ?ବେ ନିକଟରେ ଖବର ଆସିଛି କି ଜୈସଲମେର ଜିଲ୍ଲାର ସାଗର ଗ୍ରାମରେ ସରକାରୀ ଜମିରୁ ବିସ୍ଥାପିତ ହୋଇଥିବା ପାକିସ୍ତାନର ହିନ୍ଦୁ ପ୍ରବାସୀଙ୍କୁ ୪୦ବିଘା ଜମି ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ଏହି ଜମି ସେହିମାନଙ୍କୁ ମିଳିବ ଯେଉଁମାନଙ୍କ ପାଖରେ ଭାରତୀୟ ନାଗରିକତା ଥିବ । ୟୁଆଇଟି ଅଧିକାରୀଙ୍କ କହିବାନୁସାରେ, ପାଖାପାଖି ୪୦ ବିଘା ଜମି ଉପରେ ୨୫୦ଟି ପରିବାର ବସବାସ କରିବାର ଯୋଜନା ରଖାଯାଇଛି । ତେବେ ଏହି ସୁବିଧା ସେହିମାନେ ପାଇ ପାରିବେ ?ଯେଉଁମାନଙ୍କୁ ଭାରତୀୟ ନାଗରିକତା ମିଳିଛି । ତେବେ ଯେଉଁମାନଙ୍କୁ ନାଗରିକତା ମିଳିନାହିଁ ସେମାନଙ୍କ ରେକର୍ଡ ରଖାଯିବ । ନାଗରିକତା ପାଇଁ ପ୍ରୟାସ କରାଯିବ । ଯେମିତି ହିଁ ଭାରତୀୟ ନାଗରିକତା ମିଳିଯିବ, ସେମାନଙ୍କୁ ଜମିର ପଟ୍ଟା ଦେଇ ଦିଆଯିବ । ବର୍ତ୍ତମାନ ୫୦ଟି ପରିବାର ଏହି ନୂଆ ସ୍ଥାନରେ ଘର କରି ରହିପାରିବେ ବୋଲି କୁହାଯାଉଛି । ପାକିସ୍ତାନ ହିନ୍ଦୁ ପ୍ରବାସୀ ଦୁଃଖ ବୁଝି ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିଥିବାରୁ ଟିନା ଡାବିଙ୍କୁ ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କ ପାଇଁ ଦେବଦୂତ ବୋଲି କୁହାଯାଉଛି ।

Leave a Reply