Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦଣ୍ଡାଦେଶ ଶେଷ ପରେ ୫୦୦ ଭାରତୀୟ ପାକିସ୍ତାନ ଜେଲରେ ବନ୍ଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦଣ୍ଡାଦେଶ ଶେଷ ପରେ ୫୦୦ ଭାରତୀୟ ପାକିସ୍ତାନ ଜେଲରେ ବନ୍ଦୀ

ନୂଆଦିଲ୍ଲୀ,୨୪ ।୫ : ପାକିସ୍ତାନୀ ସାମୁଦ୍ରିକ ସୀମାରେ ବେଆଇନ ମାଛ ଧରିବା ଅଭିଯୋଗରେ କରାଚିର ଏକ ଜେଲରେ ଥିବା ୧୯୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ଏକ ଦଳ ମେ ୧୩ରେ ୱାଘା ସୀମାରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା । ପ୍ରକାଶ ଥାଉକି, ସୂଚନା ଅଧିକାର (ଆରଟିଆଇ) ଅଧିନିୟମ ଅନୁଯାୟୀ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅଣ-ମତ୍ସ୍ୟଜୀବୀଙ୍କ ସମେତ ଅନ୍ୟ ୫୦୦ରୁ ଅଧିକ ଭାରତୀୟ ଦଣ୍ଡାଦେଶ ଶେଷ କରିବା ସତ୍ତ୍ୱେ ପଡୋଶୀ ଦେଶର ଜେଲରେ ବନ୍ଦୀ ଭାବେ ଅଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ କମନୱେଲଥ ମାନବ ଅଧିକାର ଉଦ୍ୟମର ଭେଙ୍କଟେଶ ନାୟକଙ୍କ ଦ୍ୱାରା ଦାଖଲ ହୋଇଥିବା ଆରଟିଆଇ ଆବେଦନଗୁଡିକର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ୨୦୧୮ରୁ ଗିରଫ ହୋଇଥିବା ୪୫୫ ମତ୍ସ୍ୟଜୀବୀଏବଂ ୬ ଜଣ ଭାରତୀୟ ମହିଳାଙ୍କ ସମେତ ୫୧ ଭାରତୀୟ ପାକିସ୍ତାନୀ ଜେଲରେ ଅଛନ୍ତି । ତଥ୍ୟ ଅନୁସାରେ ୨୦୧୮ ରେ ୪୫ ମତ୍ସ୍ୟଜୀବୀ, ୨୦୧୯ ରେ ୧୩୮, ୨୦୨୦ ରେ ୧୩୦, ୨୦୨୧ ରେ ୨୨୧ ଏବଂ ୨୦୨୨ ରେ ୧୨୦ଜଣଙ୍କୁ ଗିରଫ କରାଯାଇଥିଲା । ୧୯୮ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ପରେ ମଧ୍ୟ ୪୫୫ ମତ୍ସ୍ୟଜୀବୀ ପଡୋଶୀ ଦେଶରେ କରାଚିର ଲାନ୍ଧି ସହରର ମଲିର ଜିଲା ଜେଲ ଏବଂ ସୁଧାର ଗୃହରେ ରହିଛନ୍ତି ।

Leave a Reply