ଅନୁପ୍ରବେଶକାରୀଙ୍କ ଦ୍ୱାରା ଅଧିକୃତ ଲକ୍ଷ ଲକ୍ଷ ଏକର ଜମିକୁ ମୁକ୍ତ କରିଥିବାରୁ ଆସାମ ସରକାରଙ୍କ କାର୍ଯ୍ୟକୁ ଗୃହ ମନ୍ତ୍ରୀ ପ୍ରଶଂସା

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଗୌହାଟୀରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗୋଲାପ ବୋରବୋରାଙ୍କ ଜନ୍ମ ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମାକେନ୍ଦ୍ର ବନ୍ଦରଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଘେରିତାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ମରଣ କରି କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଶ୍ରୀ ଗୋଲାପ ବୋରବୋରା ସମାଜବାଦୀ ବିଚାରଧାରାସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱାଧୀନତା ପରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଆନ୍ଦୋଳନର ସମସ୍ତ ମହାନ ଦିଗକୁ ଆସାମରେ ବାସ୍ତବ ରୂପ ଦେଇଛନ୍ତି। ଭାରତ ରତ୍ନ ପୁରସ୍କାର ପାଇଥିବା ପ୍ରସିଦ୍ଧ ଆସାମୀ ଗାୟକ ଭୁପେନ୍ ହଜାରିକାଙ୍କ ଉକ୍ତି- ‘‘ମଣିଷ ପାଇଁ ମଣିଷ ଏବଂ ଜୀବନ ପାଇଁ ଜୀବନ” ବିଷୟରେ ଉଲ୍ଲେଖ କରି ଶ୍ରୀ ଶାହ କହିଥିଲେ ଯେ ଗୋଲାପ ବୋରବୋରା ତାଙ୍କ ଜୀବନସାରା ଏହି ଦର୍ଶନକୁ ଧାରଣ କରିଥିଲେ। ସେ କହିଥିଲେ ଯେ ବୋରବୋରା ଉତ୍ପୀଡ଼ିତ ଏବଂ ବଞ୍ଚିତଙ୍କ ସ୍ୱର ହୋଇ ରହିଛନ୍ତିସମ୍ବିଧାନର ପବିତ୍ରତା ରକ୍ଷା କରିଛନ୍ତିଏକଛତ୍ରବାଦ ଏବଂ ଦୁର୍ନୀତି ବିରୋଧରେ ବ୍ୟାନର ଉତ୍ତୋଳନ କରିଛନ୍ତି ଏବଂ କେବଳ ଆସାମର ଅନନ୍ୟ ପରିଚୟ ନୁହେଁ ବରଂ ଆସାମରେ ବସବାସ କରୁଥିବା ଭାରତର ଆତ୍ମାକୁ ମଧ୍ୟ ଜାଗ୍ରତ ପାଇଁ କାର୍ଯ୍ୟ କରିଛନ୍ତି।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ଯେତେବେଳେ ୧୯୭୮ ମସିହାରେ ଗୋଲାପ ବୋରବୋରା ଜୀ ଆସାମର ମୁଖ୍ୟମନ୍ତ୍ରୀ ହୋଇଥିଲେସେତେବେଳେ ଏହା ଆସାମର ରାଜନୈତିକ ଇତିହାସରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ଥିଲା। ସ୍ୱାଧୀନତା ପରେ ୧୯୭୮ ମସିହା ପର୍ଯ୍ୟନ୍ତ ଆସାମରେ ତତ୍କାଳୀନ ଶାସକ ଦଳ ବ୍ୟତୀତ ଅନ୍ୟ କୌଣସି ଦଳର କେହି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିନଥିଲେ। ସେ କହିଥିଲେ ଯେ ଗୋଲାପ ବୋରବୋରା ମାତ୍ର ୧୭ ମାସର ସ୍ୱଳ୍ପ କାର୍ଯ୍ୟକାଳରେ ମୁଖ୍ୟମନ୍ତ୍ରୀ ଭାବେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ୧୯୭୪ ମସିହାରେ ହୋଇଥିବା ଐତିହାସିକ ରେଳ ଧର୍ମଘଟରେ ଗୋଲାପ ବୋରବୋରା ଶ୍ରମିକମାନଙ୍କ ନେତୃତ୍ୱ ନେଇଥିଲେ। ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଦୃଢ଼ ବିରୋଧ କରିଥିଲେ ଏବଂ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱାଧୀନ ଆନ୍ଦୋଳନରେ ଗୋଲାପ ବୋରବୋରା ଆସାମର ସ୍ୱର ପାଲଟିଥିଲେ। ସେ ଆସାମରୁ ମାତ୍ର ଗୋଟିଏ ଭୋଟ୍ ବ୍ୟବଧାନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ-ନିର୍ଣ୍ଣାୟକ ଭୋଟ୍ ଥିଲା ଭୁପେନ୍ ହଜାରିକାଙ୍କଯିଏ ବୋରବୋରାଙ୍କୁ ରାଜ୍ୟସଭାକୁ ପଠାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଶ୍ରୀ ଅମିତ ଶାହ କହିଥିଲେ ଯେ ମୁଖ୍ୟ ବିରୋଧୀ ଦଳର ଶାସନ କାଳରେ ଯୋଜନାଗୁଡ଼ିକର ଶୁଭାରମ୍ଭ କରାଯାଇଥିଲାସ୍ମାରକୀ ନିର୍ମାଣ କରାଯାଇଥିଲା ଏବଂ ନିଜ ନିଜ ନେତାଙ୍କ ନାମରେ ଶତବାର୍ଷିକୀ ପାଳନ କରାଯାଇଥିଲା। ଏକ ବିଶାଳ ରାଷ୍ଟ୍ରରେ ଯେଉଁଠାରେ ବିବିଧ ସଂସ୍କୃତି ସହାବସ୍ଥାନ କରେ ଏବଂ ଅନେକ ବ୍ୟକ୍ତି ଦେଶକୁ ଆଗକୁ ବଢାଇବା ଏବଂ ଏହାକୁ ନୂତନ ଶିଖରକୁ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେଏହିପରି ଅନେକ ଲୋକଙ୍କୁ ଉପଯୁକ୍ତ ସମ୍ମାନ କିମ୍ବା କୌଣସି ମଞ୍ଚ ମିଳିନଥିଲା  ସେ କହିଥିଲେ ଯେ ଆମର ସାର୍ବଜନୀନ ଜୀବନ ସଂକୀର୍ଣ୍ଣ ଚିନ୍ତାଧାରାର ହୋଇଗଲାଯାହା କେବଳ ନିଜ ପ୍ରତି ସମ୍ମାନ ପ୍ରଦର୍ଶନ କଲାଅନ୍ୟମାନଙ୍କ ପ୍ରତି ନୁହେଁ। ଯିଏ କ୍ଷମତାକୁ ଆସିଲେସେ କେବଳ ନିଜ ଦଳ ଏବଂ ବିଚାରଧାରାକୁ ସମ୍ମାନ ଦେଉଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ବିରୋଧୀଙ୍କ ଶାସନ କାଳରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ କରିବା ପରେ ହିଁ ସେମାନେ ପଟେଲଙ୍କ ଅବଦାନକୁ ମନେ ପକାଇଥିଲେ। ଶ୍ରୀ ଶାହ ଆହୁରି କହିଥିଲେ ଯେ ମୋଦୀ ଜୀ କର୍ତ୍ତବ୍ୟ ପଥରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପର୍ଯ୍ୟନ୍ତସେହି ମହାନ ନେତାଯାହାଙ୍କୁ ଲୋକମାନେ ‘‘ନେତାଜୀ ଭାବେ ସମ୍ମାନ କରୁଥିଲେଦିଲ୍ଲୀର କ୍ଷମତାର କରିଡରରେ ତାଙ୍କର କୌଣସି ସମ୍ମାନଜନକ ସ୍ଥାନ ନଥିଲା। ସେହିଭଳିଗୋପୀନାଥ ବୋରଦୋଲୋଇଙ୍କୁ ସେତେବେଳେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ଯେତେବେଳେ ବିରୋଧୀ ଦଳ କ୍ଷମତାରେ ନଥିଲା-ଯଦିଓ ବୋରଦୋଲୋଇ ନିଜେ ସେହି ଦଳର ଥିଲେ।

ଶ୍ରୀ ଅମିତ ଶାହ କହିଥିଲେ ଯେ ଗୋଲାପ ବୋରବୋରା ଜୀଙ୍କର ତାଙ୍କ ଦଳର ବିଚାରଧାରା ସହିତ କୌଣସି ସମ୍ପର୍କ ନାହିଁକିନ୍ତୁ ଯିଏ ଦଳଗତ ରାଜନୀତି ଏବଂ ସ୍ୱାର୍ଥରୁ ଉର୍ଦ୍ଧ୍ବକୁ ଉଠି ସାର୍ବଜନୀନ ଜୀବନରେ ଭଲ କାମ କରିଛନ୍ତିତାଙ୍କ ଅବଦାନ ସର୍ବଦା ରାଜ୍ୟ ତଥା ଦେଶର ଯୁବକମାନଙ୍କ ନିକଟରେ ପରିଚିତ ହେବା ଉଚିତ। ସେ ପ୍ରଶଂସା କରିଥିଲେ ଯେ ଆସାମ ସରକାର ଏହି ମହାନ କାର୍ଯ୍ୟ କରିଛନ୍ତି।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ଦେଶପ୍ରେମସମାଜବାଦ ଏବଂ ଗରିବଙ୍କ ପ୍ରତି ସମ୍ବେଦନଶୀଳତା ଭଳି ଗୁଣ ଗୋଲାପ ବୋରବୋରାଙ୍କ ପାଖରେ ଆକସ୍ମିକ ଭାବେ ଆସିନାହିଁ। ଶ୍ରୀ ଶାହ କହିଥିଲେ ଯେ ଆସାମର ପ୍ରଥମ ଶିଳ୍ପ ଧର୍ମଘଟରେ ନେତୃତ୍ୱ ନେଇଥିବା କୋମୋଲ ବୋରବୋରାଙ୍କ ତୃତୀୟ ପିଢ଼ି ଗୋଲାପ ବୋରବୋରା ସମାଜବାଦ ନୀତି ଅନୁସରଣ କରି ଆସାମ ଏବଂ ଦେଶର ଶ୍ରମିକଗରିବ ଏବଂ ପଛୁଆ ଲୋକଙ୍କ ପ୍ରଗତି ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ। ୧୯୫୦ ରୁ ୧୯୬୦ ପର୍ଯ୍ୟନ୍ତଗୋଲାପ ବୋରବୋରା ଆସାମର ସମାଜବାଦୀ ଆନ୍ଦୋଳନର ଏକ ପ୍ରମୁଖ ଚେହେରା ଭାବରେ ଉଭା ହୋଇଥିଲେ। ଗୋଲାପ ବୋରବୋରା ସ୍ପଷ୍ଟ ଭାବେ କହିଥିଲେ ଯେ ଉତ୍ତର-ପୂର୍ବ ଭାରତ ଦେଶ ବାହାରେ ନାହିଁବରଂ ଏହା ରାଷ୍ଟ୍ରର ହୃଦୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜରୁରୀକାଳୀନ ପରିସ୍ଥିତି ସମୟରେସେ ପ୍ରଥମେ କାରାରୁଦ୍ଧ ହୋଇଥିଲେ ଏବଂ ଶେଷରେ ମୁକ୍ତ ହୋଇଥିଲେମୋଟ ୧୯ ମାସ ଜେଲରେ ବିତାଇଥିଲେ। ସ୍ୱାଧୀନତା ପରେ ସେ ନଅ ଥର ଜେଲ୍ ଯାଇଥିଲେ।

ଶ୍ରୀ ଅମିତ ଶାହ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ନିଜର ସ୍ୱଳ୍ପ କାର୍ଯ୍ୟକାଳରେ ଗୋଲାପ ବୋରବୋରା ଜୀ ଏଭଳି ନିଷ୍ପତ୍ତି ନେଇଥିଲେ ଯାହା ଆସାମର ଲୋକମାନେ ବର୍ଷ ବର୍ଷ ଧରି ମନେ ରଖିବେ। ସେ ଆସାମରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ମାଗଣା କରିଥିଲେ ଏବଂ ଗୋଟିଏ ବର୍ଷରେ ୨୦୦ ରୁ ଅଧିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ଶ୍ରୀ ଶାହ କହିଥିଲେ ଯେ ଗୋଲାପ ବୋରବୋରା ଜୀ ସେହି ସମସ୍ତ କୃଷକଙ୍କ ଜମି ଟିକସକୁ ସ୍ଥାୟୀ ଭାବେ ଛାଡ଼ କରିଥିଲେଯେଉଁମାନଙ୍କ ପାଖରେ ୧୦ ବିଘା ପର୍ଯ୍ୟନ୍ତ ଜମି ଥିଲା। ସେ ଛୋଟ ଛୋଟ ଚା ବଗିଚା ନୀତି ଆଣି କୃଷକମାନଙ୍କ ପାଇଁ ଚା‘ ଚାଷର ମଧ୍ୟ ଶୁଭାରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ସେ ଆସାମରେ ବ୍ୟାଙ୍କିଙ୍ଗ ସେବା ନିଯୁକ୍ତି ବୋର୍ଡ ଏବଂ ରେଳବାଇ ନିଯୁକ୍ତି ବୋର୍ଡ ପ୍ରତିଷ୍ଠା କରିଥିଲେଯାହାଦ୍ୱାରା ରାଜ୍ୟରେ ଦକ୍ଷତା ଭିତ୍ତିକ ନିଯୁକ୍ତି ସୁଯୋଗ ଆରମ୍ଭ ହୋଇଥିଲା।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ତାଙ୍କର ଦୃଢ଼ ବିଶ୍ୱାସ ଯେ ଏହି ଦେଶରେ ଜଣେ ହେଲେ ଅନୁପ୍ରବେଶକାରୀ ରହିବା ଉଚିତ ନୁହେଁ। ସେ କହିଥିଲେ ଯେ ଗୋଲାପ ବୋରବୋରା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଭୋଟର ତାଲିକାକୁ ସ୍ବଚ୍ଛ କରି ଆସାମରେ ଅନୁପ୍ରବେଶ ବିରୋଧରେ ସଚେତନତା ସୃଷ୍ଟି କରିଥିଲେ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ସମୟରେଭୋଟର ତାଲିକା ଯାଞ୍ଚ କରାଯାଇଥିଲାଏବଂ ସୀମିତ ସମ୍ବଳ ଏବଂ କମ୍ପ୍ୟୁଟରୀକରଣର ଅନୁପସ୍ଥିତି ସତ୍ତ୍ୱେବୋରବୋରା ୩୬,୭୮୦ ବେଆଇନ ଅନୁପ୍ରବେଶକାରୀଙ୍କୁ ତାଲିକାରୁ ହଟାଇବାରେ ସଫଳ ହୋଇଥିଲେ। ସେ କହିଥିଲେ ଯେ ଯଦି କେହି ଆସାମ ଆନ୍ଦୋଳନର ମୂଳକୁ ଖୋଜି ବାହାର କରିବେତେବେ ସେମାନେ ସେମାନଙ୍କୁ ଏହି ସଂଶୋଧିତ ଭୋଟର ତାଲିକାରେ ପାଇବେ।

ଶ୍ରୀ ଅମିତ ଶାହ କହିଥିଲେ ଯେ ଆଜି ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍. ଆଇ. ଆର୍.) ଜରିଆରେ ଭୋଟର ତାଲିକାର ଶୁଦ୍ଧିକରଣ କରୁଛନ୍ତିକିନ୍ତୁ କେତେକ ରାଜନୈତିକ ଦଳ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ପଦଯାତ୍ରା କରୁଛନ୍ତି। ସେ କହିଥିଲେ ଯେ ଏକ ଦେଶର ଭୋଟର ତାଲିକା ହେଉଛି ଗଣତନ୍ତ୍ରର ହୃଦୟଏବଂ ବିଦେଶୀ ନାଗରିକମାନେ ଏଥିରେ କୌଣସି ସ୍ଥାନ ପାଇବା ଉଚିତ ନୁହେଁ। ଦୁଃଖର ବିଷୟ ଯେସାର୍ବଜନୀନ ଜୀବନରେ ନୈତିକ ଅବନତି ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେଭୋଟ ବ୍ୟାଙ୍କ ରାଜନୀତି ଏବଂ ଯେକୌଣସି ମୂଲ୍ୟରେ କ୍ଷମତା ଦଖଲ ପାଇଁ ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରୁ ହଟାଇବାକୁ ବିରୋଧ କରାଯାଉଛି। ଯଦି ଗୋଲାପ ବୋରବୋରା ଆଜି ଜୀବିତ ଥାଆନ୍ତେତେବେ ସେ ନିଶ୍ଚିତ ଭାବେ ଏହାକୁ ବିରୋଧ କରିଥାନ୍ତେ।

୧.୨୬ ଲକ୍ଷ ଏକର ଜମିକୁ ଅନୁପ୍ରବେଶକାରୀଙ୍କ କବଳରୁ ମୁକ୍ତ କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଆସାମ ସରକାରଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ କେବଳ କାଜିରଙ୍ଗାର ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଅଞ୍ଚଳକୁ ଜବରଦଖଲରୁ ମୁକ୍ତ କରାଯାଇନାହିଁବରଂ ସନ୍ଥ ଶଙ୍କରଦେବ ଏବଂ ମାଧବଦେବଙ୍କ ସହ ଜଡ଼ିତ ହଜାର ହଜାର ଏକର ଜମିକୁ ମଧ୍ୟ ପୁନରୁଦ୍ଧାର କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୫ ଅଗଷ୍ଟ ୨୦୨୫ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଲାପ ବୋରବୋରାଙ୍କ ନୀତି ଉପରେ ଆଧାର କରି ଏକ ଉଚ୍ଚ-ଶକ୍ତି ଜନସଂଖୀୟ ପରିବର୍ତ୍ତନ ମିଶନ ଗଠନ କରିବାକୁ ଘୋଷଣା କରିଥିଲେ। ଏହି ମିଶନ ସାରା ଦେଶରେ ଜନସଂଖ୍ୟା ପରିବର୍ତ୍ତନର ଅଧ୍ୟୟନ କରିବଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବ ଏବଂ ଦେଶକୁ ବେଆଇନ ଅନୁପ୍ରବେଶରୁ ମୁକ୍ତ କରିବା ଦିଗରେ କାର୍ଯ୍ୟ କରିବ। ସୋନିତପୁରରେ ୪୯,୫୦୦ ବିଘାଦାରଙ୍ଗରେ ୧୭,୦୯୫ ବିଘାକ୍ଷ୍ମୀପୁରରେ ୧୩,୪୩୮ ବିଘାହୋଜାଇରେ ୧୦,୭୪୯ ବିଘା ଏବଂ ଗୋଲପାରାରେ ୮୨୮୦ ବିଘା ଉଦ୍ଧାର ହୋଇଥିବା ଉଲ୍ଲେଖ କରି ସେ ଆସାମ ସରକାରଙ୍କ ଜବରଦଖଲ ବିରୋଧରେ ଅଭିଯାନକୁ ପ୍ରଶଂସା କରିଥିଲେ। ସେ ଦୃଢ଼ତାର ସହ କହିଥିଲେ ଯେ ଆସାମ ଏବଂ ସମଗ୍ର ଦେଶକୁ ଅନୁପ୍ରବେଶକାରୀ ମୁକ୍ତ କରିବାର ସଂକଳ୍ପ ନିଶ୍ଚିତ ଭାବେ ହାସଲ ହେବ ଏବଂ ଗୋଲାପ ବୋରବୋରାଙ୍କ ଶତବାର୍ଷିକୀ ଠାରୁ ଆଉ କୌଣସି ଭଲ ଅବସର ଏହି ପ୍ରତିବଦ୍ଧତାକୁ ଚିହ୍ନିତ କରିପାରିବ ନାହିଁ।

କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଆସାମ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରାମୀଣ ବିକାଶ ଅନୁଷ୍ଠାନର ନାମ ଗୋଲାପ ବୋରବୋରାଙ୍କ ନାମରେ ନାମିତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ଷସାରା ପ୍ରତ୍ୟେକ ତହସିଲ ଏବଂ ଜିଲ୍ଲାରେ ବୋରବୋରାଙ୍କ ଜୀବନକାର୍ଯ୍ୟ ଏବଂ ବିଚାର ବିଷୟରେ ସଚେତନତା ସୃଷ୍ଟି କରିବା ନିଃସନ୍ଦେହରେ ଆସାମର ଭବିଷ୍ୟତକୁ ଉଜ୍ଜ୍ୱଳ କରିବ।

Leave a Reply

Your email address will not be published. Required fields are marked *