ବନାରସ ଲୋକମୋଟିଭ ୱାର୍କସରେ ତିଆରି ହୋଇଛି ଭାରତର ପ୍ରଥମ ସୋଲାର ପେନେଲ ରିମୁଭେବୁଲ ଲୋକୋମୋଟିଭ

୬୧ ବର୍ଷର ଇତିହାସରେ ବନାରସ ଲୋକୋମୋଟିଭ ୱାର୍କସ ଅନେକ ଇତିହାସ ସୃଷ୍ଟି କରିଛି । ଆଜି ବିଏଲଡବ୍ଲ୍ୟୁ ବିଶ୍ବର ୧୧ଟି ଦେଶକୁ ଲୋକୋମୋଟିଭ ରପ୍ତାନୀ କରୁଛି। ତା’ ସହିତ ପାଇଲଟ ପ୍ରୋଜେକ୍ଟ ଭାବେ ଭାରତର ପ୍ରଥମ ସୋଲାର ପ୍ୟାନେଲ ଲୋକୋମୋଟିଭ ଇଂଜିନ ତିଆରି କରି ଇତିହାସ ରଚିଛି ଭାରତୀୟ ରେଲ୍।

୧୯୫୬ ମସିହାରେ ବନାରସ ଲୋକୋମୋଟିଭ ୱାର୍କସ ୟୁନିଟର ଶିଳାନ୍ୟାସ କରାଯାଇଥିଲା। ୧୯୬୪ରେ ଏଠାରେ ପ୍ରଥମ ଲୋକୋମୋଟିଭ ତିଆରି କରାଯାଇଥିଲା । ଅମୃତ ଭାରତ ରେଳଗୁଡ଼ିକରେ ଯେଉଁ ଲୋକୋମୋଟିଭ ଲାଗିଛି ସେସବୁ ତାହା ଏଠାରୁ ତିଆରି ହୋଇଛି । ଗତ ବର୍ଷ ୧୨ ଅମୃତ ଭାରତ ଲୋକୋମୋଟିଭ ଇଂଜିନ ତିଆରି ହୋଇଥିଲା । ଆସନ୍ତା ବର୍ଷ ସୁଦ୍ଧା ଏହି ସଂଖ୍ୟା ୨୪କୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି। ପ୍ରତି ବର୍ଷ ଏଠାରୁ ପ୍ରାୟ ୪୦୦ ଲୋକୋମୋଟିଭ ତିଆରି କରାଯାଇଥାଏ। ଆସନ୍ତା ବର୍ଷଠୁ ଏହାକୁ ୫୦୦କୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। ହଜାର ହଜାର ସଂଖ୍ୟାରେ ସ୍କିଲଡ ଶ୍ରମିକ ଲୋକମୋଟିଭ ତିଆରିରେ ଲାଗିଛନ୍ତି। ମହିଳାମାନେ ମଧ୍ୟ ଏଠାରେ ନିଜ କର୍ମନିଷ୍ଠାର ପ୍ରମାଣ ଦେଇଛନ୍ତି।   

ବନାରସ ଲୋକମୋଟିଭ ୱାର୍କସରେ ତିଆରି ହୋଇଛି ଭାରତର ପ୍ରଥମ ସୋଲାର ପେନେଲ ରିମୁଭେବୁଲ ଲୋକୋମୋଟିଭ। ଏହା ପାଇଲଟ ପ୍ରକଳ୍ପ ଭାବେ ବର୍ତ୍ତମାନ ଆରମ୍ଭ କରାଯାଇଛି। ୭୦ ମିଟର ଲମ୍ବ ଏହି ପ୍ରକଳ୍ପରେ ୨୮ ସୋଲାର ପ୍ୟାନେଲ ଲାଗିଛି। ଯାହା ମାଧ୍ୟମରେ ୧୫କେ ଡବ୍ଲ୍ୟୁପିର ବିଜୁଳି ସୃଷ୍ଟି ହୋଇ ପାରୁଛି। ଏହି ସୋଲାର ପ୍ୟାନେଲ ୨୫ ବର୍ଷ ପର୍ଯ୍ୟନ୍ତ ଚାଲିବା ସହିତ ଏହାକୁ ଆବଶ୍ୟକତା ଅନୁସାରେ ଟ୍ରାକରୁ ବାହାର ମଧ୍ୟ କରାଯାଇପାରିବ।

Leave a Reply

Your email address will not be published. Required fields are marked *