Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡିଶାରେ ଲଭ୍ ଜିହାଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡିଶାରେ ଲଭ୍ ଜିହାଦ

ଲଭ୍ ଜିହାଦ୍ ନାମରେ ଧର୍ମପରିବର୍ତ୍ତନ ଅଭିଯୋଗ

ଖୋର୍ଦ୍ଧା: ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ିବା ବେଳେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ମସଜିଦ୍ ସାହିର ଅଲ୍ଲିମୁଦ୍ଦୀନ ସାହା ସହ ଖୋର୍ଦ୍ଧାର କୁନି ମହାପାତ୍ର (ଛଦ୍ମନାମ)ଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଏହା ପରେ ୮ ବର୍ଷ ଏଭଳି ଚାଲିଲା । କୁନିଙ୍କ ପାଠ ପଢ଼ିବା ଶେଷ ହେବା ପରେ ଯେତେବେଳେ ବିବାହ ପାଇଁ ଚାପ ପକାଇଲେ ସେତେବେଳେ ଅଲ୍ଲିମୁଦ୍ଦୀନ ତାଙ୍କୁ ଧର୍ମ ପରିବର୍ତ୍ତନ କରିବା ଓ ଗୋ-ମାଂସ ଖାଇବା ପରେ ଯାଇ ବିବାହ ହୋଇପାରିବ ବୋଲି କହିଲା । ଏଥିରେ କୁନି ପଛଘୁଂଚା ଦେଇଥିଲେ, ଫଳରେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋ ଭାଇରାଲ୍ କରିବା ଭୟ ଦେଖାଇ ଅଲିମୁଦ୍ଦିନ ଶାରୀରିକ ସମ୍ପର୍କ ରଖିଆସୁଥିଲା । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଖୋର୍ଦ୍ଧା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, କୁନି ବିବାହ ପାଇଁ ଚାପ ପକାଇବାରୁ ଅଲ୍ଲିମୁଦ୍ଦୀନ ୨୦୨୨ ନଭେମ୍ବର ୨୨ ତାରିଖରେ ତାଙ୍କୁ ଏକ ଘରକୁ ଡାକି ନେଇଥିଲା । ସେଠାରେ ଗୋମାଂସ ଖାଇବା ଓ ନିକଟ ମସଜିଦ୍?ରେ ମୌଲାନା ସମ୍ମୁଖରେ ଧର୍ମ ପରିବର୍ତ୍ତନ କରିବା ପରେ ଯାଇ ବିବାହ କରିବେ ବୋଲି କହିଥିଲା । ଏହା ପରେ ଅଲ୍ଲିମୁଦ୍ଦିନ ଠାରୁ କିଛି ମାସ ଦୂରେଇ ଯାଇଥିଲେ । ପରେ ପୁଣିଥରେ ଅଲ୍ଲିମୁଦ୍ଦିନ ତାଙ୍କୁ ସାକ୍ଷାତ କରି ଭୁଲ ମାଗିବା ସହ ପୁଣି ବିବାହର ପ୍ରଲୋଭନ ଦେଖାଇ ଭୁବନେଶ୍ୱରର ରେଗାଲିଆ ନିକଟ ଏକ ୱୟୋ ହୋଟେଲ୍କୁ ନେଇଥିଲେ । ସେଠାରେ ପହଂଚିବା ପରେ ଅଲ୍ଲିମୁଦ୍ଦିନ ନିଜର କଥା ପରବର୍ତ୍ତନ କରିଥିଲା । ଗୋମାଂସ ଖୁଆାଇବା ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲା । ତାହାର ଭିଡ଼ିଓ ଉତ୍ତୋଳନ କରି ଏହି କଥା କାହାକୁ କହିଲେ ଭିଡ଼ିଓ ଭାଇରାଲ୍ କରିଦେବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଲିଖିତ ଅଭିଯୋଗ ହସ୍ତଗତ ହୋଇଛି । ଅଭିଯୋଗ ସମ୍ପର୍କରେ ପଚରା ଉଚୁରା ପାଇଁ ଅଭିଯୁକ୍ତ ଓ ତାଙ୍କ ପରିବାରକୁ ଡକାଇଛନ୍ତି । ଅଭିଯୁକ୍ତ ବର୍ତ୍ତମାନ ଖୋର୍ଦ୍ଧା ସହରରେ ନଥିବା ପରିବାର ସଦସ୍ୟ ସୂଚନା ଦେଇଛନ୍ତି । ମିଳିଥିବା ସୂଚନାରେ, ବୁଧବାର ଅଲ୍ଲିମୁଦ୍ଦିନର ବାହାଘର କାର୍ଯ୍ୟକ୍ରମ ବରୁଣେଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି

Leave a Reply