Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାବା ନରୋତ୍ତମ ଦାସଙ୍କ ଆବର୍ତ୍ତନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାବା ନରୋତ୍ତମ ଦାସଙ୍କ ଆବର୍ତ୍ତନ

କାକଟପୁର: ମହିମା ଗାଦିର କାର୍ଯ୍ୟକାରୀ ସଭାପତି,ମହିମା ଧର୍ମର ଅଗ୍ର ପ୍ରଚାରକ ବାବା ନରୋତ୍ତମ ଦାସଙ୍କ ଆବର୍ତ୍ତନକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ତାଙ୍କୁ ନିକଟରୁ ଚିହ୍ନି ପାରିଥିବା ଅନୁଗାମୀ ମାନେ । ବ୍ରହ୍ମପୁରରେ ଜନ୍ମଗ୍ରହଣ କରି ସମାଜକୁ ଭଲ ଭାବରେ ଜାଣିନଥିବା ବାଳକ ୫ବର୍ଷ ବୟସରୁ ଗୃହତ୍ୟାଗ କରି ସନ୍ୟାସୀ ଜୀବନ ବିତାଇବା ସହିତ ମହିମା ଅଲେଖ ମହିମା କୁ ପ୍ରଚାର ପ୍ରସାର ସହିତ ଭକ୍ତ ମାନଙ୍କୁ ଉଚିତ ମାର୍ଗ କୁ ଆଣିବା ଓ ବିଭିନ୍ନ ଗାଁ ମାନଙ୍କରେ ଭକ୍ତମାନଙ୍କ ଦ୍ୱାରା ଧୂନି ଲଗାଇ ଅଣାକର ଏବଂ ନିରାକାର ଶୂନ୍ୟଦେହୀ ଙ୍କ ପାଖରେ ନିଜ ସହିତ ଭକ୍ତ ଓ ଭଗବାନ ସମ୍ପର୍କ କୁ ଲୋକଙ୍କୁ ବୁଝାଇବା ତାଙ୍କର ମୁଖ୍ୟ ଥିଲା କର୍ମ । ୬୫ବର୍ଷ ବୟସରେ ନିମାପଡା ନିକଟସ୍ଥ ଅଁସିଲୋ ଗ୍ରାମରେ ବତୀଲଗାଇ ଭଗବାନଙ୍କୁ ପ୍ରାର୍ଥନା କରୁଥିବା ସମୟରେ ହଟାତ ଟଳି ପଡ଼ିଥିଲେ । ପ୍ରତ୍ୟହ ପଦଯାତ୍ରା କରି ସାରା ଭାରତ ବର୍ଷ ପରିଭ୍ରମଣ କରି ଭାତୃତ୍ୱର ଭାବଧାରା ସହ ଦୁଃଖୀରଙ୍କିଙ୍କ ସେବା ଓ ମହିମା ଧର୍ମର ପ୍ରଚାରରେ ମୃତ୍ୟୁ ପର୍ଯ୍ୟନ୍ତ ନିଜକୁ ନିୟୋଜିତ କରିଥିଲେ ।୨୦୦୬ ମସିହାରେ ବାବା ବକଳ ଧାରଣକରି ନିରନ୍ତର ଭଗବତ ଚିନ୍ତାରେ ନିମଗ୍ନ ରହୁଥିବା ତାଙ୍କର ଅନୁଗାମୀ ମାନେ ପ୍ରକାଶ କରିଛନ୍ତି ।ବାବାଙ୍କ ଶେଷ ଇଛା ମୁତାବକ ଏକ ବିରାଟ ପଟୁଆରରେ ଅଁସାଲ ଠାରୁ ୩୫କିମି ଦୂରରେ ଅବସ୍ଥିତ କଂଟାପଡା ଗ୍ରାମପଞ୍ଚାୟତ ଅଧିନସ୍ଥ କାଣ୍ଡିସାହି ଅଲେଖ ମହିମା ମଠ ପରିସରରେ ୨୦ତାରିଖରେ ସମାଧିସ୍ଥ କରାଯାଇଥିଲା ।ତାଙ୍କର ଆବର୍ତ୍ତନ ମହିମା ଧର୍ମ ପ୍ରଚାର ଓ ପ୍ରସାର ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଗଲା ବୋଲି ତାଙ୍କ ଅନୁଗାମୀ ମାନେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ।

Leave a Reply