Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଫଳ ହେଲା ଚୀନ୍ ଓ ପାକିସ୍ତାନର ଚାଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଫଳ ହେଲା ଚୀନ୍ ଓ ପାକିସ୍ତାନର ଚାଲ

କାଶ୍ମୀର: କାଶ୍ମୀରକୁ ନିଜର କହି ଲଗାତାର ବୈଶ୍ୱିକ ସ୍ତରରେ ଦାବି କରିଅ ।ସୁଥିବା ପାକିସ୍ତାନକୁ ଭାରତ କୂଟନୈତିକ ସ୍ତରରେ ଏକ ଶକ୍ତ ·ପୁଡ଼ା ଦେଇଛି । କାଶ୍ମୀରରେ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରି ପାକିସ୍ତାନକୁ କଡ଼ା ଜବାବ ଦେଇଛି । ଭାରତ ଜି-୨୦ ଶିଖର ସମ୍ମିଳନୀ ଅ ।ଧାରରେ ଭାରତ ଟୁରିଜିମ ।ର୍କିଂ ଗ୍ରୁପର ତୃତୀୟ ବୈଠକର ଅ ।ୟୋଜନ ଜମ୍ମୁ-କାଶ୍ମୀରର ଶ୍ରୀନଗରରେ କରିଛି । ଭାରତର ଏହି ନିଷ୍ପତ୍ତି ଦ୍ୱାରା ଚିତପଟାଙ୍ଗ ହୋଇଯାଇଛି ପାକିସ୍ତାନ । ପାକିସ୍ତାନ ଏବଂ ଚୀନର ଜୋରଦାର ବିରୋଧ ସତ୍ୱେ କାଶ୍ମୀରରେ ଜି୨୦ ବୈଠକ ସଫଳ ହେଉଥିବାର ଦେଖାଯାଇଛି । ପାକିସ୍ତାନ ବହୁତ ଉଦ୍ୟମ କରିଥିଲା ଯେ କାଶ୍ମୀରକୁ ନେଇ ତାର ପ୍ରୋପାଗଣ୍ଡାକୁ ଅନ୍ୟ ଦେଶଗୁଡିକର ମଧ୍ୟ ସମର୍ଥନ ମିଳୁ ହେଲେ ପାକିସ୍ତାନ ଖାଲି ହାତରେ ରହିଯାଇଛି । ପାକିସ୍ତାନ କଥାରେ ଚୀନ୍ ଏହି ବୈଠକରେ ଭାଗ ନେବାକୁ ମନା କରିଦେଇଛି । ଚୀନ୍ ବୈଠକରେ ବାଧା ଦେବାକୁ ଉଦ୍ୟମ ମଧ୍ୟ କରିଥିଲା । ସେ କହିଥିଲା ଯେ ସେ କୌଣସି ବିବାଦୀୟ ଅଞ୍ଚଳରେ ଆୟୋଜିତ ବୈଠକକୁ ବିରୋଧ କରୁଛି । ଚୀନ୍ ବ୍ୟତୀତ କେବଳ ଦୁଇଟି ଦେଶ ତୁର୍କୀ ଏବଂ ସାଉଦି ଆରବ ବୈଠକକୁ ନେଇ ଆପତ୍ତି ଜଣାଇଥିଲେ । ମୋଟ ଏହି ତିନି ଦେଶକୁ ଛାଡ଼ିଦେଲେ ଆମେରିକା, ରୁଷ୍, ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟ ସଂଘ ଏବଂ ଦକ୍ଷିଣ ଆଫ୍ରିକା ଭଳି ୧୭ ଶକ୍ତିଶାଳୀ ଦେଶ ଏହି ବୈଠକ ପ୍ରତି ସମର୍ଥନ ଦେଇଥିଲେ । ଏହି ୧୭ ଦେଶରୁ ୬୦ରୁ ଅଧିକ ପ୍ରତିନିଧି ଦଳ ଭାରତରେ ପହଞ୍ଚିଛନ୍ତି । ଶ୍ରୀନଗରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ା

Leave a Reply