ପାକିସ୍ତାନରେ ବନ୍ୟାର ତାଣ୍ଡବ

ପାକିସ୍ତାନରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ହଜାରେ ଟପିବା ଆଶଙ୍କା ଦେଖାଦେଲାଣି। ଉତ୍ତର ପାକିସ୍ତାନରେ ବନ୍ୟାର ତାଣ୍ଡବରେ ହାହାକାର ଖେଳିଯାଇଛି। କ୍ଷୟକ୍ଷତି ଯେତିକି ହୋଇଛି ମୃତ୍ୟୁ ସଂଖ୍ୟା ବି ସେତିକି ବଢୁଛି । ଅଗଷ୍ଟ ୧୫ ଠାରୁ ପାକିସ୍ତାନରେ ଲଗାଣ ବର୍ଷା କାଳ ସାଜିଛି। ବାଦଲ ଫଟା ବର୍ଷା କାରଣରୁ ପାକିସ୍ତାନରେ ଧରାଲି ଓ କିସ୍ତଓ୍ବାର ପରି ପରିସ୍ଥିତି ଉପୁଜିଛି। ବନ୍ୟାରେ ପାଇଁ ସବୁଠୁ ଅଧିକ ଖାଇବର ପଖତୁନଖ୍ବା ପ୍ରଭାବିତ ହୋଇଛି। ଏହି ଅଞ୍ଚଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚିଛି ଏବଂ ୧୫୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ପାକିସ୍ତାନରେ ତାଣ୍ଡବ ରଚୁଛି ପ୍ରକୃତି । ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି । ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ବନ୍ୟା ବିଭୀଷିକା। ପାକିସ୍ତାନର ବୁନେରରେ ବନ୍ୟାରୁ ବଞ୍ଚିଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ଦ୍ରୁତ ବନ୍ୟା ପାଣିରେ ଶହ ଶହ ପଥର ଏବଂ ବଡ଼ ବଡ଼ ପଥର ପଡ଼ିଥିବାର ଦେଖିଛନ୍ତି। ଜରୁରୀକାଳୀନ ସେବା ମୁଖପାତ୍ର କହିଛନ୍ତି ଯେ ଶହ ଶହ ଉଦ୍ଧାରକାରୀ ଏବେ ବି ବୁନେରରେ ବଞ୍ଚିଥିବା ଲୋକଙ୍କୁ ଖୋଜୁଛନ୍ତି।

ଶୁକ୍ରବାର ଦିନ ମୁଷଳଧାରାରେ ବର୍ଷା ଏବଂ ବାଦଲ ଫଟା ବର୍ଷା ଯୋଗୁଁ ଖାଇବର ପଖତୁନଖ୍ୱା ପ୍ରଦେଶର ଏହି ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା । ବନ୍ୟାରେ ଅନେକ ଘର ଭାସି ଯାଇଥିଲା। ପାକିସ୍ତାନର ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ ଆଗାମୀ ଦିନରେ ପ୍ରବଳ ବର୍ଷା ହୋଇପାରେ।

Leave a Reply

Your email address will not be published. Required fields are marked *