Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେଦାରନାଥ ଧାମରେ ଲାଗିବ ୬୦ କ୍ୱିଣ୍ଟାଲ ଓଜନର ‘ଓମ’ ଆକୃତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେଦାରନାଥ ଧାମରେ ଲାଗିବ ୬୦ କ୍ୱିଣ୍ଟାଲ ଓଜନର ‘ଓମ’ ଆକୃତି

କେଦାରନାଥ ଉତ୍ତରାଖଣ୍ଡରେ ବାବା କେଦାରନାଥ ଧାମର ଭବ୍ୟତା ବୃଦ୍ଧି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଧାମଠାରୁ ପ୍ରାୟ ୨୫୦ ମିଟର ପୂର୍ବରୁ ଗୋଲ ବ୍ଲାଜାଠାରେ ୬୦ କ୍ୱିଣ୍ଟାଲ ଓଜନର ଏକ ‘ଓମ’ ଆକୃତି ଲଗାଯିବାର ବ୍ୟବସ୍ଥା କରାଯାଇଛି । ସଂପୂର୍ଣ୍ଣ ଓମ ଆକୃତିଟି ବ୍ରଞ୍ଜରୁ ନିର୍ମିତ । ଏହି ଆକୃତିକୁ ଗୁଜରାଟର କଳାକାରମାନେ ନିର୍ମାଣ କରିଛନ୍ତି । ଓମକୁ ସ୍ଥାପନ କରାଯିବା ସମୟରେ ଏହାକୁ ଚତୁଃପାଶ୍ୱର୍ରୁ ତମ୍ବା ଦ୍ୱାରା ଓଲ୍ଡିଂ କରାଯିବ । ଏହାଦ୍ୱାରା କେଦାରନାଥ ଧାମରେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ଏହା ଉପରେ ପଡିବ ନାହିଁ । ଓମ ଆକୃତିକୁ ସ୍ଥାପନ ନେଇ ୨ ଥର ଟ୍ରାଏଲ ମଧ୍ୟ କରାଯାଇଛି । ଚଳିତ ସପ୍ତାହରେ ଏହାର ସ୍ଥାପନ ସଂପନ୍ନ ହେବ ବୋଲି କୁହାଯାଉଛି । ଏହାଉପରେ ଲାଇଟ୍‌ ବ୍ୟବସ୍ଥା ମଧ୍ୟ କରାଯିବ । ଯାହାଦ୍ୱାରା ରାତି ସମୟରେ ଏହା ଅତ୍ୟନ୍ତ ଭବ୍ୟ ଦେଖାଯିବ ା

Leave a Reply