ସିପି ରାଧାକୃଷ୍ଣନଙ୍କୁ ଏନଡିଏର ଉପରାଷ୍ଟ୍ରପତି ପଦପାଇଁ ପ୍ରାର୍ଥୀ ଭାବେ ଘୋଷଣା

ସିପି ରାଧାକ୍ରିଷ୍ଣନ NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ । ସିପି ରାଧାକ୍ରିଷ୍ଣନ ହେଲେ NDA ଉପରାଷ୍ଟ୍ରପତି ପ୍ରାର୍ଥୀ । NDA ସଂସଦୀୟ ବୋର୍ଡ ବୈଠକରେ ଜେପି ନଡ୍ଡାଙ୍କ ଘୋଷଣା । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ଘୋଷଣା । ଏବେ ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି ସିପି ରାଧାକ୍ରିଷ୍ଣନ । ତାମିଲନାଡୁ ବାସିନ୍ଦା ସିପି ରାଧାକ୍ରିଷ୍ଣନ ।

ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପିର ସଂସଦୀୟ ଦଳ ବୈଠକରେ ଶ୍ରୀ ରାଧାକୃଷ୍ଣନଙ୍କ ନାମରେ ସହମତି ହୋଇଥିଲା । ବୈଠକ ପରେ ଏ ସଂପର୍କରେ ବିଜେପି ସଭାପତି ଜେପି ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଧାକୃଷ୍ଣନ ଗତ ବର୍ଷ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳଭାବେ ଶପଥ ନେଇଥିଲେ। ତାପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ସେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ସଭାପତି ଥିଲେ।

ଶ୍ରୀ ନଡ୍ଡା ଆହୁରି ମଧ୍ୟ କହିଥିଲେ ଯେ ଶ୍ରୀ ରାଧାକୃଷ୍ଣନଙ୍କ ନାମରେ ସବୁ ଦଳଙ୍କ ମଧ୍ୟରେ ସହମତି ସୃଷ୍ଟି  କରିବାକୁ ଉଦ୍ୟମ କରାଯାଉଛି, ଯେପରିକି ସେ ନିର୍ବିରୋଧ ନିର୍ବାଚିତ ହୋଇପାରିବେ । ଏଥିଲାଗି ବିରୋଧୀ ଦଳ ନେତାମାନଙ୍କ ସହ ସଂପର୍କ କରାଯାଉଛି । ଏନଡିଏ ମେଣ୍ଟ ମଧ୍ଯରେ ଶ୍ରୀ ରାଧାକୃଷ୍ଣନଙ୍କ ନାମକୁ ନେଇ ସହମତି ରହିଥିବା ସେ କହିଥିଲେ । 

ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଧାକୃଷ୍ଣନ ଗତ ବର୍ଷ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳଭାବେ ଶପଥ ନେଇଥିଲେ। ତାପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ସେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ସଭାପତି ଥିଲେ । ବିଜେପିକୁ ଆସିବା ପୂର୍ବରୁ ସେ ଆରଏସଏସର ଜଣେ ପ୍ରଚାରକ ଥିଲେ । 

Leave a Reply