ବିକଶିତ ଭାରତ-2047 ପାଇଁ ମହାକାଶ କାର୍ଯ୍ୟକ୍ରମର ଭୂମିକା ଉପରେ ଆଲୋଚନା

ମହାକାଶରେ ଉଡ଼ିଲା ତ୍ରିରଙ୍ଗା ପତାକା । ମହାକାଶରେ ପତାକା ଉତ୍ତୋଳନ କରି ଜନ୍ମଭୂମିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । 18 ତାରିଖରେ ଲୋକସଭାରେ ଭାରତର ମହାକାଶ ଯାତ୍ରା ଏବଂ ଶୁଭାଂଶୁ ଶୁକ୍ଳାଙ୍କ ଐତିହାସିକ ମିଶନ ଉପରେ ଚର୍ଚ୍ଚା ହେବ। ଲୋକସଭାରେ ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନରେ ଭାରତର ପ୍ରଥମ ମହାକାଶୀ ଯାତ୍ରୀ- ବିକଶିତ ଭାରତ-2047 ପାଇଁ ମହାକାଶ କାର୍ଯ୍ୟକ୍ରମର ଭୂମିକା ଉପରେ ଆଲୋଚନା ହେବ। ଶୁକ୍ଳା ଆକ୍ସିଓମ-4 ମିଶନର ଅନ୍ୟ ତିନି ଜଣ ସାଥୀ ମହାକାଶଚାରୀ- ମିଶନ କମାଣ୍ଡର ପେଗି ହ୍ବିଟସନ, ମିଶନ ବିଶେଷଜ୍ଞ ପୋଲାଣ୍ଡର ସ୍ଲାଓସ୍ ଉଜନାନ୍ସକି-ୱିସନିୱସ୍କି ଏବଂ ହଙ୍ଗେରୀର ଟିବୋର୍‌ କାପୁଙ୍କ ସହିତ ଜୁଲାଇ 15 ତାରିଖରେ ପୃଥିବୀ ଫେରିଥିଲେ ।

20 ଦିନିଆ ମହାକାଶ ମିଶନରେ ଶୁଭାଂଶୁ ଶୁକ୍ଳା ସ୍ପେଶ ଷ୍ଟେସନରେ 18 ଦିନ ରହିଥିଲେ । ଏହି ସ୍ବଳ୍ପକାଳୀନ ରହଣି ସମୟରେ ଶୁକ୍ଳା ଅନେକ ଦେଶକୁ ପ୍ରତିନିଧି କରି ଏକାଧିକ ବୈଜ୍ଞାନିକ ଗବେଷଣା କରିଥିଲେ । ସେ ମହାଶୂନ୍ୟରେ ସୂକ୍ଷ୍ମ ଶୈବାଳର ଗ୍ରୋଥ୍‌ଠାରୁ ଆରମ୍ଭ କରି ମହାକାଶରେ ମନୁଷ୍ୟର ମାଂସପେଶୀ ଉପରେ କଣ ପ୍ରଭାବ ପଡେ ତା’ ଉପରେ ଗବେଷଣା କରିଥିଲେ । 

Leave a Reply